Odisha news

ପତଞ୍ଜଳି ଯୋଗ ସମିତି ତରଫ ରୁ ଜଡ଼ିବୁଟି ଦିବସ ପାଳିତ।

0
ସାକ୍ଷୀଗୋପାଳ : ସତ୍ୟବାଦୀ ଶାଖା, ପତଞ୍ଜଳି ଯୋଗ ସମିତି ତରଫ ରୁ ଜଡ଼ି ବୁଟି ଦିବସ ସ୍ନାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଉଦ ବାଟିଆ ଠାରେ ଆଜି ପାଳିତ ହୋଇଯାଇଛି। ଭାରତୀୟ ସମାଜ ରେ ଜଡ଼ିବୁଟି ର ବ୍ୟବହାର ବହୁତ ପୁରୁଣା ହୋଇଥିବା ରୁ ଏହାର ଉପକାରିତା କୁ ପ୍ରାଧାନ୍ୟ ଦେଇ ପତଞ୍ଜଳି ସମିତି ଏହି ଦିବସ କୁ ଜଡ଼ିବୁଟି ଦିବସ ହିସାବ ରେ ପାଳନ କରି ଆସୁଛି। ଏହି ଅବସର ରେ ୨୫ ଜଣ ଯୋଗ ଶିକ୍ଷାର୍ଥୀ ବିଭିନ୍ନ ପ୍ରକାରର ଓଷଧୀୟ ବୃକ୍ଷ ଯଥା ବେଲ, ନିମ, ବଉଳ, ଅଶୋକ, କରଞ୍ଜ, ଅଁଳା, ଅର୍ଜୁନ ଆଦି ଚାରା ବିଦ୍ୟାଳୟ ହତl ମଧ୍ୟରେ ରୋପଣ କରିଛନ୍ତି।
ଏଥିରେ ଯୋଗ ଶିକ୍ଷକ ସୁଭାଷ ଚନ୍ଦ୍ର ମିଶ୍ର, ଭଗବାନ ପାଲ, ପ୍ରହଲ୍ଲାଦ ଘଟୁଆରି, ନିରଞ୍ଜନ ସାହୁ, ବିଷ୍ଣୁ ପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ପରିଡ଼ା, ଟୁଟୁ ଘୋଷ୍, ରାଧାରାଣୀ ଦାସ, ପାଙ୍କଜିନି ମିଶ୍ର, ରବିଁନ୍ଦ୍ର ଦାଶ, ପ୍ରଭାକର ସ୍ୱାଇଁ, ରାମଚନ୍ଦ୍ର ସାହୁ, ପୂର୍ଣ୍ଣ ଜେନା, ସନ୍ତୋଷ ଦାଶ, ଦିଲ୍ଲୀପ ସାହୁ, ରାଜେନ୍ଦ୍ର ମହାପାତ୍ର, ଧୂଳିରାମ ମହାପାତ୍ର, ଶ୍ରୀମନ୍ତ ସାହୁ, ସତ୍ୟ ପାଇକରାୟ, ସୁନୀଲ କୁମାର ବେହେରା, ପ୍ରୀତିରାନି ମିଶ୍ର ଓ ଗଦାଧର ପ୍ରଧାନ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ  ଓ ଏହି ଚାରା ଗୁଡିକର ସୁରକ୍ଷା  କରିବେ ବୋଲି  ଶପଥ ଗ୍ରହଣ କରିଥିଲେ ।
Nalco
Leave A Reply