Odisha news

ସତ୍ୟବାଦୀ ରେ ଗଡ଼ିଲା ଶିକ୍ଷା ସଚେତନତା ରଥ।

0
ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ ବିଇଓଙ୍କ କାର୍ଯ୍ୟାଳୟଠାରେମଙ୍ଗଳବାର  ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥ୍‌ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପ୍ରଥମେ ପତାକା ଦେଖାଇ ଉଦଘାଟନ କରିଥିଲେ। ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନ , ଏବିଇଓ ମୂଷା ମଲିକି ,କୁମୁଦୁନି ମିଶ୍ର ,ବିଆରସିସି ପ୍ରଭାସ କୁମାର କରଣ , ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସରକାରଙ୍କ ଶିକ୍ଷା ବିଭାଗର ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ନିକଟରେ ପହଞ୍ଚାଇବା ନିମନ୍ତେ ଅଧିକ ସହାୟକ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ  କହିଥିଲେ। ବିଇଓ ଭବମ ପ୍ରଧାନ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ। ଏହି ରଥ ସତ୍ୟବାଦୀ ବ୍ଲକ ର ସମସ୍ତ ଅଞ୍ଚଳରେ ଥିବା ପ୍ରତ୍ୟେକ ବିଦ୍ୟାଳୟ ଗାଁ ଗଣ୍ଡା ବୁଲିବ  ବୋଲି ଶିକ୍ଷା ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।ଏଥୁରେ ବ୍ଲକ ର ସମସ୍ତ ସିଆରସିସି, ଶିକ୍ଷୟିତ୍ରୀ ଶିକ୍ଷକ,ଛାତ୍ରୀଛାତ୍ର ଯୋଗଦେଇଥିଲେ।
Leave A Reply