ବାରଙ୍ଗ : ନନ୍ଦନକାନନ ସରୀସ୍ବପ ଉଦ୍ୟାନର ୪୫ନମ୍ବର (ଖ)ଏନକ୍ଲୋଜରରେ ରହୁଥିବା ଏକ ବୟସ୍କ ଆନାକୋଣ୍ଡା ପୁଣି ଥରେ ଅସୁସ୍ଥ ହୋଇପଡିଛି।ସାପଟି ଦୀର୍ଘ ୭ଦିନ ହେବ ରକ୍ତଝାଡାରେ ପୀଡିତ ଥିବା ସହ ଥଣ୍ଡାରେ ଆକ୍ରାନ୍ତ ହୋଇଛି।ସେ ଠିକ୍ ଭାବେ ଖିଆପିଆ କରି ପାରୁନାହିଁ।ପୂର୍ବରୁ ନନ୍ଦନକାନନରେ ମୃତ୍ୟୁବରଣ କରିଥିବା ଆନାକୋଣ୍ଡା ଠାରେ ଏହି ସମାନ ଲକ୍ଷଣ ଦେଖାଯାଇଥିବାରୁ ଏବେ କର୍ତ୍ତୁପକ୍ଷଙ୍କପାଇଁ ଚିନ୍ତା ବଢି୍ାଇଛି ।ଏହି ଅସୁସ୍ଥ ଆନାକୋଣ୍ଡା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।ନନ୍ଦନକାନନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲେ ମଧ୍ୟ ସ୍ବାସ୍ଥ୍ୟରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିବାର ଜଣାପଡିଛି ।ଏବେ ନନ୍ଦନକାନନରେ ୧୧ଟି ଆନାକୋଣ୍ଡା ଅଛନ୍ତି।