Odisha news

ସାକ୍ଷୀଗୋପାଳ ଠାକୁରଙ୍କ ଜଳକ୍ରୀଡା ବେଶ

0

ସାକ୍ଷୀଗୋପାଳ  :  ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି l ପବିତ୍ର ଜଳକ୍ରୀଡା ଏକାଦଶୀ ତିଥି l  ୨୧ ଦିନବ୍ୟାପି ଭିତର ଚନ୍ଦନ ଦ୍ଵିତୀୟ ଦିନରେ ସାକ୍ଷୀଗୋପାଳଙ୍କର  ଅନ୍ୟତମ ଆକର୍ଷଣ ସାକ୍ଷୀଗୋପାଳ ଠାକୁରଙ୍କ ଜଳକ୍ରୀଡା ଵେଶ ସୋମଵାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। କଦମ୍ବ ବୃକ୍ଷ ଡାଳରେ ଠାକୁର ବିରାଜମାନ କରିଥିବା ଦେଖାଯାଇଥିଲା। ସିଂହାସନ ତଳେ ପୋଖରୀଆ ମଧ୍ୟରେ  ଅଷ୍ଟ ସଖି ମାନେ ସ୍ନାନରତ ଥିଲେ  l  ସ୍ନାନ କରୁଥିବା ସମୟରେ ସେମନଙ୍କର ଵସ୍ତ୍ର ହରଣ କରି କଦମ୍ବ ବୃକ୍ଷ ଡାଳରେ ରଖାଯାଇଥିଲା।  ପ୍ରଚଳିତ ଦେବନୀତି ଅନୁଜାୟୀ ଆଲଟ ଲାଗି, କାଛିଲାଗି, ଚନ୍ଦନ ବେଢା, ଚନ୍ଦନ ସର୍ଵାଙ୍ଗ ଵେଶ, ପଣାଭୋଗ ଓ ଜାତଭୋଗ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ  ଵିଳମ୍ଵିତ ରାତି ପର୍ଯ୍ୟନ୍ତ କଦମ୍ବ ଵୃକ୍ଷଡାଳରେ ବିରାଜିତ ସାକ୍ଷୀଗୋପାଳ ଜଳକ୍ରୀଡା ବେଶ ଦର୍ଶନ କରିଥିଲେ। ପରମ୍ପରା ଅନୁଯାଇ 550 ଘର ରଙ୍ଗଣୀ ସମିତି ତରଫରୁ ଏହି ବେଶ ଅନୁଷ୍ଠିତ ହୋଇଥିଲା l ସଭାପତି ଚକ୍ରଧର ନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ଦାସ, ଉପଦେଷ୍ଟା ଜମ୍ବେଶ୍ୱର ବେହେରା ଓ ବିରଞ୍ଚି ନାରାୟଣ ସାହୁଙ୍କ  ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

Leave A Reply