ତାଳଚେର ତା୧୫/୦୫ ରାଜ୍ୟ ସରକାର ଗରୀବ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରୁଥିବା ବେଳେ ଏହି ଯୋଜନାର ଫାଇଦା ଉଠାଉଛନ୍ତି ସମ୍ପୃକ୍ତ ଅଧିକାରୀ ଓ ମାଫିଆ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି, ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ପଂଚାୟତରେ । ଘଟଣାରୁ ପ୍ରକାଶ, ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତର ରିଟେଲର୍ ପଦ୍ମାନାଭ ଭୂତିଆ ୨୭ଟନ୍ ଚାଉଳ ହେରଫେର୍ ହୋଇଥିବା ନେଇ ସାଘାଂତିକ ଅଭିଯୋଗ କରିଛନ୍ତି ପଂଚାୟତରେ ଥିବା ହିତାଧିକାରୀମାନେ ଏବଂ ଏହାକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଘେରିଛନ୍ତି ପଂଚାୟତ କାର୍ଯ୍ୟାଳୟ । ଡ଼ିସେମ୍ବର ୨୦୨୨ ଜାନୁଆରୀ ଓ ଫେବୃଆରୀ ୨୦୨୩ରେ ବିଭିନ୍ନ କିସମର ଚାଉଳ ଓ ଗହମ ୨୩୪ କ୍ୱିଟାଂଲ ନିଗମରୁ ଉଠାଇ ଆଣି ଏହାକୁ ନବାଂଟି ତାହା ସମ୍ପୃକ୍ତ ରିଟେଲର୍ କୁଆଡ଼େ ହେରଫେର୍ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତିକରି ପଂଚାୟବାସୀ ଉପଜିଲ୍ଳାପାଳଙ୍କୁ ୩ତାରିଖରେ ଅବଗତ କରାଇଥିଲେ । ୫ଦିନ ମଧ୍ୟରେ ଏହାର ଉତର ସମ୍ପୃକ୍ତ ରିଟେଲର୍ ଦେବାକୁ ଉପଜିଲ୍ଳାପାଳ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେବା ସତ୍ୱେ ରିଟେଲର୍ କୌଣସି ସନ୍ତୋଷଜନକ ଉତର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଦେଇନଥିଲେ । ତେବେ ହିତାଧିକାରୀମାନେ ଏହି ରାସନରୁ ବଂଚିତ ହୋଇଥିବାକୁ କେନ୍ଦ୍ରକରି ଆଜି ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପଂଚାୟତ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସରପଂଚ ନରେଶ ବେହେରା ଏହି ଘଟଣା ତଦନ୍ତ ପରିସରଭୂକ୍ତ ରହିଥିବା ବେଳେ ନିଶ୍ଚିତଭାବେ ହିତାଧିକ।।ୀମାନଙ୍କୁ ରାସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି ରିଟେଲରଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ରହିଥିଲେ ମଧ୍ୟ ତାଙ୍କୁ କାହିଁକି ଯେ, ପ୍ରଶାସନ ଅନୁକମ୍ପା ପ୍ରଦର୍ଶନ କରୁଛି ତାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି ।