Odisha news

ଲାଞ୍ଜୀପଲ୍ଲି ଠାକୁରାଣୀ ଯାତ୍ରା,ସିଦ୍ଧାନ୍ତ ମହାପାତ୍ର ଦର୍ଶନ ଲୋକଙ୍କ ଭିଡ

0
ବ୍ରହ୍ମପୁର  : ଲାଞ୍ଜୀପଲ୍ଲି ମା ତାରା ଦେବୀ ଠାକୁରାଣୀ ଯାତ୍ରାର ଆଜି ଅଷ୍ଟମ ଦିନ।ସଂକ୍ରାନ୍ତି ଅବସରରେ ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ମା ଙ୍କୁ ଦର୍ଶନ ଆଶୀର୍ବାଦ ଭିକ୍ଷା କରି ଛନ୍ତି ସମସ୍ତ ଜନସାଧାରଣଙ୍କ କଲ୍ୟାଣ ପାଇଁ।ମା ଙ୍କ ଦର୍ଶନ ଓ ଅଭିନେତା ସିଦ୍ଧାନ୍ତ କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।
ହଜାର ହଜାର ଭକ୍ତଙ୍କ ଗହଣରେ ମା ସାହି ପରିକ୍ରମା କରିବା ପାଇଁ ଘଣ୍ଟ ଘଣ୍ଟା, ଢୋଲ ମୃଦଙ୍ଗ,ବେଶ ପଟୁଆର ହରି ବୋଲ ହୁଳ ହୁଳି ଶବ୍ଦ ରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ଅସ୍ଥାୟୀ ପୂଜା ମଣ୍ଡପ ଠାରେ ଦୈନିକ ହୋମ ଯଜ୍ଞ ପରେ ସଂଧ୍ୟା ରେ ୧୦୮ ଆରତି ପରେ ସଂକ୍ରାନ୍ତି ଯୋଗୁଁ ସାହି ପରିକ୍ରମା ବନ୍ଦ ରହିଥିବା ବେଳେ
ଭକ୍ତଙ୍କ ଦର୍ଶନ ଦେଉଛନ୍ତି । ଠାକୁରାଣୀ ଯାତ୍ରା ର ମହଲ ଭକ୍ତଙ୍କୁ ଉଦଯୀବିତ କରିଛି। ଜ୍ୟେଷ୍ଠ ମାସ ରେ ତାପମାତ୍ରା ଓ ଗୁଳୁଗୁଳି ଥୀବା ବେଳେ ପ୍ରବଳ ଗହଳିରେ ମା ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଭଳି ଭୋର ପ୍ରାୟ ସାଢେ ଚାରିଟା ସମୟରେ ମାଙ୍କ ପୂଜା ଅର୍ଚ୍ଚନା ପରେ ଆରତି କରାଯାଉ ଭୋଗ ଲାଗି କରାଯାଉଛି। ମା ଙ୍କୁ ଦର୍ଶନ ନିମନ୍ତେ ଶ୍ରଧାଳୁ ନିଜ ର ଦୁଃଖ ଜଣାଇବା ପାଇଁ ଭକ୍ତଙ୍କ ପ୍ରବଳ ଜନ ଗହଳି ହେଉ ଥୀବା ଦେଖି ବାକୁ ମିଳିଛି।
Nalco
Leave A Reply