ପିପିଲି…. ଅସହାୟ ମୁହଁରେ ହସ ଫୁଟାଇ, ରୋଗୀ କୁ ଆରୋଗ୍ୟ କରାଇବା ରେ ସହାୟକ ହୋଇ ରାତି ଦିନ ସେବା ପ୍ରଦାନ କରୁଥିବା ସେବିକା ମାନଙ୍କ ଦିବସ ଅବସରରେ ମଙ୍ଗଳପୁର ସ୍ଥିତ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି. ମହୀୟସୀ ମହିଳା ଫ୍ଳୋରିନ ନାଇଟଗେଙ୍ଗଲ୍ ଙ୍କ ଜନ୍ମ ଦିବସ କୁ ଏହି ନର୍ସ ଦିବସ ରୂପେ ପାଳନ କରାଯାଇଥାଏ. ତାଙ୍କ ପ୍ରଦର୍ଶିତ ପଥରେ ସେବିକା ମାନେ ଅନୁପ୍ରାଣିତ ହୋଇ ମାନବ ସେବା ବା ଡାକ୍ତରୀ ସେବା ରେ ନିଜକୁ ଉସ୍ଛର୍ଗ କରିଛନ୍ତି. ଡାକ୍ତରଖାନା ରେ ନର୍ସ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏବେ ଡାକ୍ତରୀ ଶିକ୍ଷା ଓ ଗବେଷଣା ଦ୍ଵାରା ଆଧୁନିକ ଚିକିତ୍ସା ପ୍ରଣାଳୀ ବହୁମୂଖୀ ହୋଇ ଅଛି. ଏହି ଦିବସ ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ନର୍ସ ଏକତ୍ରୀତ ହୋଇ, ଏକ ମନରେ ସେବା ଯୋଗାଇ ଦେବା ପାଇଁ ବଦ୍ଧ ପରିକର ହେବା ସହ କେକ୍ କାଟି ଖୁସି ମନାଇ ଥିଲେ. ଏବଂ ନିଜ ହାତରୁ ଅର୍ଥ ସଂଗ୍ରହ କରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିଥିଲେ. ମୁଖ୍ୟ ନର୍ସ ସୁପ୍ରିୟା ବେହେରା ଙ୍କ ସହ ଗୀତାଞ୍ଜଳି ସାମନ୍ତ ରାୟ, ହରମୋହିନୀ ମହାନ୍ତି, ଏବଂ ପ୍ରିୟାଦର୍ଶିନୀ ଖୁଣ୍ଟିଆ ଙ୍କ ସମେତ ସମସ୍ତ ନର୍ସ ଏହି ଦିବସରେ ସାମିଲ ହୋଇଥିଲେ l