ଆୟୁର୍ବେଦ ରେ ସଦବିହାରୀ କୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l ଯାହାକୁ ଆୟୁର୍ବେଦ ରେ ସଂଜୀବନୀ କୁହାଯାଏ l ସଦବିହାରୀ ପତ୍ର ର ବ୍ୟବହାର ଅନେକ ଉପଯୋଗୀ ଅଟେ l ଏହାକୁ ଅନେକ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l
– ଗଳା ର ସଂକ୍ରମଣ ସମସ୍ୟା ଦୂର କରିଥାଏ :
ବର୍ଷାଋତୁରେ ବିଶେଷ ଭାବରେ ଗଳାରେ ବିଭିନ୍ନ ସଂକ୍ରମଣ ହୋଇଥାଏ l ସଦାବିହାରୀ ପତ୍ର ରେ ଥିବା ଏଲକାଲାଇଡ୍ସ , ଏଜମେଲିସୀନ, ସର୍ପେଣ୍ଟିନ ନାମକ ତତ୍ୱ ଶରୀରରେ ଥିବା ସଂକ୍ରମଣ କୁ ଦୂର କରିଥାଏ ଓ ଶରୀର ପାଇଁ ଖୁବ ଉପଯୋଗୀ ଅଟେ l ଇମ୍ୟୁନିଟି ବଢାଇବା ପାଇଁ ସଦାବିହାରୀ ପତ୍ର ରସରେ କାଢା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଆରାମ ମିଳିଥାଏ l
– ବ୍ଲଡ଼ ପ୍ରେସର ସମସ୍ୟା ଦୂର ହୋଇଥାଏ :
ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିବା ପାଇଁ ସଦାବିହାରୀ ପତ୍ର ଖୁବ ଉପଯୋଗୀ l ସଦାବିହାରୀ ପତ୍ର ଓ ଚେର ଉଚ୍ଚ ରକ୍ତଚାପ ପାଇଁ ଖୁବ ଉପଯୋଗୀ l ଅଧ୍ୟୟନ ରୁ ଜଣା ପଡିଛି ସଦାବିହାରୀ ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ l
– ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଅଟେ :
ମଧୁମେହ ରୋଗୀ ମାନଙ୍କ ପାଇଁ ସଦାବିହାରୀ ପତ୍ର ର ରସ ସେବନ କରିବା ଆବଶ୍ୟକ l ମଧୁମେହ ରୋଗୀ ମାନେ ନିୟମିତ ସକାଳୁ ଖାଲି ପେଟରେ ଏହାର ରସକୁ ସେବନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ l
– କିଡ୍ନୀ ଷ୍ଟୋନ ସମସ୍ୟା ଦୂର କରିଥାଏ :
କିଡ୍ନୀ ରେ ଷ୍ଟୋନ ସମସ୍ୟା ରହିବା ଦ୍ୱାରା ସଦାବିହାରୀ ପତ୍ରକୁ ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ଷ୍ଟୋନ ସମସ୍ୟା ଠିକ ହୋଇଥାଏ l କିନ୍ତୁ ସମସ୍ତ ଚିକିତ୍ସା ଆୟୁର୍ବେଦ ଚିକିତ୍ସକ ଙ୍କ ନିର୍ଦେଶ ରେ କରିବା ଆବଶ୍ୟକ l