Odisha news

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ପାଇଲଟ୍ , ରାଜ୍ୟ କଂଗ୍ରେସ ସଭାପତି ପଦରୁ ହଟାଇଲା କଂଗ୍ରେସ , ରାଜସ୍ଥାନରେ ତିନି ମନ୍ତ୍ରୀଙ୍କୁ ବରଖାସ୍ତ

0

ନୂଆଦିଲ୍ଲୀ :ରାଜସ୍ଥାନରେ ରାଜନୈତିକ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ ଅଧିକ ସମର୍ଥନ ମିଳୁଛି l କଂଗ୍ରେସ ବିଧାୟକ ଦଳର ବୈଠକରେ ବିଧାୟକ ମାନେ ଅଶୋକ ଗହଲୋତଙ୍କୁ ନିଜର ନେତା ଭାବରେ ଗ୍ରହଣ କରି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି l ଏହା ସହିତ ରାଜସ୍ଥାନ ମନ୍ତ୍ରୀ ମଣ୍ଡଳରେ ସଚିନ ପାଇଲଟ ଓ ତାଙ୍କର ନିକଟତର ତିନିଜଣ ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଇଛି l

ସଚିନ ପାଇଲଟଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରାଯିବ ସହିତ କଂଗ୍ରେସ ପ୍ରଦେଶ ଅଧକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି l ତାଙ୍କ ସ୍ଥାନରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଡୋଟା ସରାଙ୍କୁ ପ୍ରଦେଶ ଅଧକ୍ଷ ପାଦରେ ରଖା ଯାଇଛି l ସଚିନ ପାଇଲଟଙ୍କ ବ୍ୟତୀତ ବୀରେନ୍ଦ୍ର ସିଂ ଓ ରମେଶ ମିଣlଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରାଯାଇଛି l

ଏହାପୂର୍ବରୁ ‌ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଗେହଲଟ୍। ପରେ ସେ କହିଥିଲେ ‌ଯେ ତାଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ତାଙ୍କ ସରକାରକୁ ଭାଙ୍ଗିବା ଲାଗି ବିଜେପି ଚକ୍ରାନ୍ତ ଚଳାଇଛି। ବିଜେପି କଥାରେ ପଡ଼ି ସଚିନ ପାଇଲଟ୍ ମଧ୍ୟ ଷଡ଼ଯନ୍ତ୍ର ଚଳାଇଥିଲେ ବୋଲି ସେ କହିଥିଲେ। ଇତିମଧ୍ୟରେ ସଚିନ ପାଇଲଟ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ସତ୍ୟକୁ ଚପାଇ ଦିଆଯାଇପାରେ, କିନ୍ତୁ ଏହା ପରାସ୍ତ ‌ହୁଏନାହିଁ।’ ଏସଂପର୍କରେ ସେ ଅଧିକ କିଛି କହି ନାହାନ୍ତି। ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନଙ୍କ ଗୋଷ୍ଠୀ ବି‌େଜପିରେ ଯୋଗ ‌େଦବାର ପ୍ରଶ୍ନ ଉଠୁନାହିଁ। ତେବେ ପରବର୍ତୀ ରଣନୀତି ସଂପର୍କରେ ସେମାନଙ୍କର ବିଚାରବିମର୍ଶ ଜାରି ରହିଛି। ସେମାନେ ଦାବି କରିଛନ୍ତି ‌େଯ ପାଇଲଟଙ୍କ ଶିବିରରେ ୧୬ ଜଣ ବିଧାୟକ ଅଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ସେମାନେ ଭିଡିଓ ଜାରି କରିଛନ୍ତି। ରାଜସ୍ଥାନ ଘଟଣାବଳୀକୁ ନେଇ ଅନେକ କଂଗ୍ରେସ ନେତା‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟ‌େରେ ଅଛନ୍ତି ଶଶୀ ଥରୁର, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବଂ ପୂର୍ବତନ ସାଂସଦ ପ୍ରିୟା ଦତ୍ତ। ଏହାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଚୌଧୁରୀ କହିଛନ୍ତି ଯେ ‌େଯଉଁମାନେ କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରିଥିଲେ ସେମାନଙ୍କ ପାଇଁ ଏହା ଝଟକା ହୋଇଛି।

Leave A Reply