Odisha news

ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ ଓ ଗୁରୁବାର : ଧନପ୍ରାପ୍ତି, ସନ୍ତାନ ପ୍ରାପ୍ତି ଓ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏହି ଉପାୟ

0

ପ୍ରତିବର୍ଷ ବୈଶାଖ ମାସ ଅମାବାସ୍ୟା ଦିନଟିକୁ ସାବିତ୍ରୀ ଅମାବାସ୍ୟା ଭାବରେ ପାଳନ କରାଯାଇ ଥାଏ l ଏହିଦିନ ଜ୍ୟେଷ୍ଠମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପଡୁଛି l ଏହି ବ୍ରତଟି ବିଶେଷ ଭାବରେ ନାରୀ ମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ କରି ଥାଆନ୍ତି l ଏହି ବ୍ରତ ଟିକୁ ବିଶେଷ ଭାବରେ ଓଡିଶା, ବିହାର ଏବଂ ଝାରଖଣ୍ଡ ରେ ପାଳିତ ହୋଇଥାଏ l ପୌରାଣିକ କଥା ଅନୁସାରେ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମରାଜ ଙ୍କ ନିକଟରୁ ଏହିଦିନ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ l ଯମରାଜା ଦେବୀ ସାବିତ୍ରୀ ଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଅହିୟ ସୁଲକ୍ଷଣୀ ହେବାର ବର ପ୍ରଦାନ କରିଥିଲେ l
ଏହିଦିନ ଟି ହିନ୍ଦୁ ନାରୀ ଙ୍କ ପାଇଁ ଗୋଟିଏ ଶୁଭ ଦିନ ଅଟେ, ମାନ୍ୟତା ଅନୁସାରେ ଏହିଦିନ ପ୍ରତ୍ୟେକ ସଧବା ନାରୀ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖି ଥାଆନ୍ତି ଏବଂ ପୂଜା କରି ଥାଆନ୍ତି l ମାନ୍ୟତା ରହିଛି ଯେ ସାବିତ୍ରୀ ଅମାବାସ୍ୟା ଦିନ ଯେଉଁ ଗୃହ ରେ ପୂଜାର୍ଚନା କରାଯାଇ ନଥାଏ ସେହି ଗୃହ ରେ କଳହ, ଅଶାନ୍ତି ଓ ଅରାଜକତା ବାସ କରିଥାଏ l
* ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି କରନ୍ତୁ ଏହି ଉପାୟ –
ସାବିତ୍ରୀ ଅମାବାସ୍ୟା ଦିନ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାଙ୍କୁ ଶଙ୍ଖା, ଚୁଡ଼ି ଓ ସିନ୍ଦୁର ବାଣ୍ଟିବା ଶୁଭ ହୋଇଥାଏ, ଏହାଦ୍ୱାରା ସ୍ୱାମୀଙ୍କ ରିଷ୍ଟ ମଧ୍ୟ ଖଣ୍ଡନ ହୋଇଥାଏ l ଯେଉଁ ସଧବା ନାରୀ ଙ୍କୁ ଶଙ୍ଖା ଅର୍ପଣ କରୁଛନ୍ତି ତାଙ୍କ ଚରଣ ସ୍ପର୍ଶ କରିବା ମଧ୍ୟ ଶୁଭ ଅଟେ l କାହିଁକିନା ସଧବା ନାରୀଙ୍କ ମଧ୍ୟରେ ଠାକୁରାଣୀ ଙ୍କ ବାସ ହୋଇଥାଏ l
* ସୁଖୀ ଦାମ୍ପତ୍ୟ ଜୀବନ ପାଇଁ –
ସାବିତ୍ରୀ ବ୍ରତ ରେ ଯଦି ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ ହର ପାର୍ବତୀ ଙ୍କୁ ଦର୍ଶନ କରିବେ ଓ ଅଖଣ୍ଡ ଦୀପ ଜଳାଇବେ ତେବେ ଦାମ୍ପତ୍ୟ ଜୀବନ ରେ ଥିବା ସମସ୍ତ କଷ୍ଟ ଦୁଃଖ ଦୂର ହୋଇଯିବ l
* ଘରର ସୁଖ ସମୃଦ୍ଧି ପାଇଁ –
ଆଜିର ଦିନରେ ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ମା ଭଗବତୀ ଙ୍କ ଆଶୀର୍ବାଦ ଗ୍ରହଣ କରି ଗୁରୁଜନ ଙ୍କ ଆଶୀର୍ବାଦ ନେବେ ତେବେ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ, ଏବଂ ପ୍ରତ୍ୟେକଟି କାର୍ଯ୍ୟ ରେ ସଫଳତା ମିଳିଥାଏ l
* ମାତା ଲକ୍ଷ୍ମୀଙ୍କୁ କରନ୍ତୁ ଏଭଳି ସନ୍ତୁଷ୍ଟ –
ସାବିତ୍ରୀ ବ୍ରତ ଗୁରୁବାର ପଡୁଥିବାରୁ ଏହିଦିନ ମାଲକ୍ଷ୍ମୀଙ୍କ ର ମଧ୍ୟ ବିଧିବିଧାନ ଭାବରେ ପୂଜା କରାଯିବ l ଆଜିର ଦିନରେ ଲକ୍ଷ୍ମୀ ଙ୍କ ନିକଟରେ ଗୋଟିଏ ଗୋଟା ଗୁଆ କୁ ହଳଦୀ, ଚନ୍ଦନ ଓ ସିନ୍ଦୁର ଲଗାଇ ଗୋଟା ପାନପତ୍ର ଉପରେ ରଖନ୍ତୁ l ଏବଂ ସେହି ଗୁଆ ଉପରେ ଚାଉଳ, ଦୁବ ଓ ବରକୋଳି ପତ୍ର ମଧ୍ୟ ରଖନ୍ତୁ l ଏହାପରେ ନିଜ ମନର ଅଭିଳାଷ ଜଣାଇ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ରଖି ଦିଅନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l
* ସନ୍ତାନ ସୁଖ ପାଇଁ –
ଯଦି ଆପଣ ସନ୍ତାନ ହୀନ ତେବେ ଆଜିର ଦିନରେ କିଛି ଅନାଥ ପିଲାଙ୍କୁ ଭୋଜନ କରାନ୍ତୁ, ଏହାଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହେବ l ଏବଂ ସନ୍ତାନ ମାନଙ୍କ ଜୀବନ ମଧ୍ୟ ସୁଖମୟ ହେବ l

Leave A Reply