ନୂଆଦିଲ୍ଲୀ : ରୁଷ – ୟୁକ୍ରେନ ଯୁଦ୍ଧ କୁ ଆଉକିଛି ଦିନପରେ ୩ମାସ ହୋଇଯିବ l କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି l ୟୁକ୍ରେନ ଅନେକ ଲୋକ ପଳାୟନ କରି ଅନ୍ୟ ଦେଶକୁ ପଳାଇ ଯାଇଛନ୍ତି l ଆଉ ୟୁକ୍ରେନ ର ବିଭିନ୍ନ ସହରରେ ରହୁଥିବା କିଛି ଲୋକଙ୍କ ଜୀବନ ନର୍କ ଠାରୁ ମଧ୍ୟ ଭୟଙ୍କର ହୋଇ ଯାଇଛି l ସେମାନଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖା ଦେଇଛି l ଏହି ସମସ୍ତ ସମସ୍ୟା ମଧ୍ୟରେ ଜଣେ ଭାରତୀୟ ମାନବିକତା ଓ ଭାଇଚାରା ର ବ୍ୟକ୍ତିତ୍ୱ ଦେଖାଇ ଛନ୍ତି l ଉକ୍ତ ବ୍ୟକ୍ତି ଜଣଙ୍କ ସେହିଭଳି କିବ ରେ ଉପସ୍ଥିତ ରହି ଲୋକମାନଙ୍କ ପାଇଁ ଲଂଗର ଲଗାଇ ଖାଇବାକୁ ଦେଉଛନ୍ତି l
ଆସନ୍ତୁ ଜାଣିବା ସିଏ କିଏ –
କିବ ରେ ଏହି ବିଶେଷ କାର୍ଯ୍ୟରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ନାଁ ହେଉଛି କୁଲଦୀପ l ସେଠାରେ ତାଙ୍କର ଗୋଟିଏ ହୋଟେଲ ରହିଛି l ଯେବେଠାରୁ ଯୁଦ୍ଧ ଆରମ୍ଭ ହୋଇଛି ତାଙ୍କ ବ୍ୟବସାୟ ଠପ ହୋଇ ଯାଇଛି l କିନ୍ତୁ ସେ ଏହି ଅସୁବିଧା ସମୟରେ ଲୋକମାନଙ୍କର ସେବା କରିବାକୁ ଇଛା କରିଥିଲେ ଓ ଲଙ୍ଗର କରିବା ପାଇଁ ସ୍ଥିର କରିଥିଲେ l ଯେବେଠୁଁ ଯୁଦ୍ଧ ଆରମ୍ଭ ହୋଇଛି ସେବେଠୁ ଏହି ଲଂଗର କାମ ଆରମ୍ଭ ହୋଇଛି l ପାଖାପାଖି ୭୫ ଦିନରୁ ଅଧିକ ହେଲାଣି l
କୁଲଦୀପ କହିଛନ୍ତି ‘ ଏହି ଲଂଗର କାର୍ଯ୍ୟକୁ ଆମେ ୩ଜଣ ଆରମ୍ଭ କରିଥିଲୁ l ଆମର ଉଦେଶ୍ୟ ଥିଲା ସେହି ଲୋକମଙ୍କୁ ନିକଟରେ ଖାଦ୍ୟ ପହଞ୍ଚାଇବା ଯେଉଁମାନେ ରୁଷ ୟୁକ୍ରେନ ଯୁଦ୍ଧରେ ବାସ ହୀନ ହୋଇ ପଡିଛନ୍ତି l ଆମେ ସ୍ଥିର କରିଛୁ ଯେତେଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବ ଆମେ ଫ୍ରୀରେ ଏହିଭଳି ଖାଦ୍ୟ ଯୋଗାଉ ଥିବୁ l ପ୍ରତିଦିନ ପାଖାପାଖି ୩୭୫ ଜଣ ଖାଇବାକୁ ଆସୁଛନ୍ତି ଲଂଗର କୁ , ଏହାଛଡା ଆମେମାନେ ଚେକପୋଷ୍ଟ ନିକଟରେ ନେଇ ମଧ୍ୟ ଖାଦ୍ୟ ପହଞ୍ଚାଉଛୁ l ଲୋକ ମାନଙ୍କୁ ମଧ୍ୟ ଆମର କାର୍ଯ୍ୟ ପସନ୍ଦ ଆସୁଛି l ‘