ଚୀନ୍ କୁ ରୁଷିଆର ବଡ ଝଟକା ଡିଲ୍ ହେଲା ରଦ୍ଧ
ନୂଆଦିଲ୍ଲୀ : କରୋନା ମହାମାରୀକୁ ନେଇ ସାରା ବିଶ୍ୱର ଆଲୋଚନାକୁ ସମ୍ମୁଖୀନ କରୁଥିବା ଚୀନ ବର୍ତ୍ତମାନ ରୁଷିଆ ପାଖରୁ ଝଟକା ପାଇଛି l ରୁଷିଆ ଚୀନକୁ ଦେବାକୁଥିବା S-400 ମିସାଇଲର ଡେଲିଭରି ରଦ୍ଧ କରିଦେଇଛି l ଏହି ଡେଲିଭରି ରଦ୍ଧ ହେଲା ପାରେ ଚୀନ ଗଣମାଧ୍ୟମରେ ଏହାକୁ ଅଲଗା ଭାବରେ ଆଲୋଚନା କରାଯାଇଛି ,ରୁଷିଅକୁ ଗୋଟିଏ ମଜବୂର ଦେଶ ବୋଲି ଆଲୋଚନା କରାଯାଇଛି l ରୁଷ ମିଡ଼ିଆ ଏଜେନ୍ସି ୟୁଏବାୟର କହିଛି ଯେ ରୁଷ ଘୋଷଣା କରିଛି ଯେ S-400 ମିସାଇଲ ସିଷ୍ଟମ ଯାହା ଚୀନକୁ ଦେବାର ଥିଲା ତା ଉପରେ ପ୍ରତିବନ୍ଧକ ଲାଗିଛି l
ରୁଷ ଦ୍ୱାରା ମିସାଇଲ ଆପୁର୍ତ୍ତି ଉପରେ ରୋକ ଲାଗିଲା ପରେ ଚୀନ ଖବର କଗଚ ସୋହୋ ଚୀନ ସପକ୍ଷରେ ପ୍ରତିକ୍ରିୟା ଦେଇ ଲେଖିଛି ଯେ ରୁଷିଆକୁ ଏହି ପଦକ୍ଷପ ଅସୁବିଧାରେ ପଡି ନେବାକୁ ପଡିଲା l କାରଣ ରୁଷିଆ ଚାହୁଁନାହିଁ ଯେ କରୋନା ମହାମାରୀର ମୁକାବିଲା କରୁଥିବା ଚୀନ କମୁଷ୍ଟି ପାର୍ଟିର ଧ୍ୟାନ ଭଟକି ଯାଉ l ଖବର କାଗଚରେ ଏହାବି ଲେଖାଯାଇଛି ଯେ ଏହି ପ୍ରକ୍ରିୟା ଖୁବ ଜଟିଳ ଅଟେ l କାରଣ ମିସାଇଲ ସହିତ ଟେକନିସିଆନ ମାନଙ୍କୁ ରୁଷିଆ ବେଜିଙ୍ଗ ପଠାଇଥାନ୍ତା ,ଯାହା ଏହି କରୋନା ସମୟରେ ଅସମ୍ଭବ ଅଟେ l
ରୁଷ ଏପରି ଏକ ସମୟରେ ଡୀଲକୁ ରଦ୍ଧ କରିଛି ଯେଉଁ ସମୟରେ ନିକଟରେ ରୁଷିଆ ତରଫରୁ ଚୀନ ଉପରେ ଜାସୁସି କରୁଥିବାର ଆରୋପ ଲଗାଯାଇଛି l ରୁଷ ଅଧିକାରୀ ମାନେ ସେଣ୍ଟ ପୀଟର୍ସବର୍ଗ ଆର୍କଟିକ ସୋସିଆଲ ସାଇନ୍ସ ଏକାଡେମୀର ଅଧକ୍ଷ ଵାଲେରୀ ମିତକୋଙ୍କୁ ଚୀନକୁ ଗୋପନୀୟ ସାମଗ୍ରୀ ଦେଉଥିବାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ତାଙ୍କୁ ଗିରଫ କରାଯାଇଥିଲା l S-400 ମିସାଇଲ ସିଷ୍ଟମ , S-300 ମିସାଇଲ ସିଷ୍ଟମର ଅବଡେଟ ଭର୍ଜନ ଅଟେ l ଏହା ୪ ସହ କିଲୋମିଟର ପରିଧି ଭିତରେ ଆସୁଥିବା ଯେ କୌଣସି ଏୟାର କ୍ରାଫ୍ଟ ଓ ହଟିଆରକୁ ନଷ୍ଟ କରି ପାରିବ l ଚୀନ ୨୦୧୪ ରେ ରୁଷିଆ ସହିତ ଏହାକୁ କିଣିବାକୁ ଡୀଲ କରିଥିଲା l