Odisha news

ଆଉ ୪୭ ଟି ଚୀନ୍ ଅପ ଉପରେ ଲାଗିଲା ପ୍ରତିବନ୍ଧକ

0

ନୂଆଦିଲ୍ଲୀ : ସରକାର ଚୀନର ଆଉ ୪୭ ଟି ଅପ ଉପରେ ବ୍ୟାନ ଲଗାଇ ଦେଇଛନ୍ତି l ଏହାକୁ ମିଶାଇ ଚୀନର ସମୁଦାୟ ୧୦୬ ଟି ମୋବାଇଲ ଅପ ବ୍ୟାନ କରାଗଲା l କାରଣ ଏହି ମୋବାଇଲ ଅପ ଦ୍ୱାରା ଦେଶର ସଂପ୍ରଭୁତା ,ଏକତା ଓ ସୁରକ୍ଷା ଉପରେ ଆଞ୍ଚ ଆସୁଥିଲା ବୋଲି ସୂଚନା ଦିଆଯାଇଛି l ମିଳିଥିବା ସୂଚନା ଅନୁସାରେ ଯେଉଁ ୪୭ ଟି ଅପ ଉପରେ ରୋକ ଲଗାଯାଇଛି ତାହା ପୂର୍ବରୁ ରୋକ ଲଗାଯାଇଥିବା ଅପର ପ୍ରତିରୂପ ଅଟେ l

ମିଳିଥିବା ସୂଚନା ଅନୁସାରେ ଏହି ସମ୍ପର୍କରେ ଶୁକ୍ରବାର ଦିନ ଆଦେଶ ଜାରି କରାଯାଇଥିଲା l ଯେଉଁ ନୂଆ ଅପ ଗୁଡିକ ଉପରେ ପ୍ରତିବନ୍ଧକ ଲାଗ ଯାଇଥିଲା ତାର ତାଲିକା ହସ୍ତଗତ ହୋଇ ନାହିଁ l ସରକାର ଏହା ପୂର୍ବରୁ ଜୁନ ୨୯ ତାରିଖରେ ଚୀନର ୫୯ ଟି ଆପକୁ ରୋକ ଲଗାଇ ଦେଇଥିଲେ l କାରଣ ଏହି ଅପ ଗୁଡିକ ମାଧ୍ୟମରେ ଦେଶର ଅଧିକାଂଶ ତଥ୍ୟ ଚୀନ ହାତରେ ଲାଗି ଯାଉଥିଲା l ଦେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏପରି ପଦକ୍ଷପ ନେବାକୁ ବାଧ୍ୟ କରିଛି l ଯାହା ନିତ୍ୟାନ୍ତ ଆବଶ୍ୟକ l

Nalco

Leave A Reply