ନୀଳଗିରି : ନୀଳଗିରି ଉପଖଣ୍ଡ ଔପଦା ବ୍ଲକ କଣ୍ଟିଆଟିକର ଗ୍ରାମର କମଳାକାନ୍ତ ମହାକୁଡ଼ ଦୀର୍ଘ ୬ବର୍ଷ ଧରି ରୋଗରେ ପୀଡ଼ିତ ରହିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିଲା । ଖବରପାଇ ଗୋପବନ୍ଧୁ ନିଃସ୍ୱାର୍ଥପର ସେବା ସଂଗଠନର ସଦସ୍ୟ ଓ ସ୍ୱର୍ଗତ ମହାକୁଡ଼ଙ୍କ ପରିବାର ସଦସ୍ୟମାନେ ମିଶି ଅନ୍ତିମ ସଂସ୍କାର କରିଥିଲେ । ସଂଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ସହ ସୁଖିଲାଖାଦ୍ୟ ଦିଆଯାଇଥିଲା । ସଂଗଠନର ପ୍ରତିଷ୍ଠାତା ଅମୂଲ୍ୟ କୁମାର ଜେନାଙ୍କ ନିଦେ୍ର୍ଦଶ କ୍ରମେ ସଦସ୍ୟମାନେ ଏହି ମହତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ