Odisha news

ପଞ୍ଚଲିଙ୍ଗେଶ୍ୱରରେ ସୁରକ୍ଷା ନେଇ କମିଟି ଭେଟିଲା ଏସ୍ଡ଼ିପିଓଙ୍କୁ

0

ନୀଳଗିରି :  ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ସୁରକ୍ଷା ଅବ୍ୟବସ୍ଥାକୁ ନେଇ ପଞ୍ଚଲିଙ୍ଗେଶ୍ୱର କମିଟିର ସଦସ୍ୟମାନେ ପ୍ରଶ୍ନ ଉଠାଇଛନ୍ତି  ।

ଏନେଇ ଆଜି ନୀଳଗିରି ଠାରେ ଉପଖଣ୍ଡ ପୁଲିସ ଅଧିକାରୀ ଅମୂଲ୍ୟ କୁମାର ଧରଙ୍କୁ କମିଟିର ସଦସ୍ୟମାନେ ସାକ୍ଷାତ କରିଥିଲେ  । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଏହି ଶୈବପୀଠକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତମାନେ ଆସୁନଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି  ।  ଏହାର ସୁଯୋଗନେଇ ଚୋରୀ ଓ ଡକାୟତି ବୃଦ୍ଧି ପାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ  ।

ଏହିପରିପ୍ରେକ୍ଷୀରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପଞ୍ଚଲିଙ୍ଗେଶ୍ୱରରେ ଚାଲୁଥିବା ଅସ୍ଥାୟୀ ଫାଣ୍ଡିକୁ ସ୍ଥାୟୀ ଭାବରେ ଚାଲୁ କରିବାକୁ ଦାବି କରିଛନ୍ତି  ।  ଆଲୋଚନା ସମୟରେ କମିଟିର ସଦସ୍ୟ ଅମରେନ୍ଦ୍ର ପଟ୍ଟନାୟକ, କୈଳାସ ଚନ୍ଦ୍ର ପଣ୍ଡା, ମନୋରଂଜନ ଦାସ, ପ୍ରଶାନ୍ତ ରାଉଳ, କମଳାକାନ୍ତ ବାରିକ,ସୋମନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ

IEC 2 years
Leave A Reply