Odisha news

ଜାଣିବା କଥା : ପଇସା ସହିତ ଯୋଡି ହୋଇଥିବା ଏହି ଖରାପ ଅଭ୍ୟାସକୁ ଆଜି ହିଁ ଛାଡି ଦିଅନ୍ତୁ, ନଚେତ ପସ୍ତେଇବେ

ସମସ୍ତେ ଧନୀ ହେବାକୁ ଇଛା କରି ଥାଆନ୍ତି l କିନ୍ତୁ ଏଥିପାଇଁ ଅନେକ ଗୁଡିଏ କଥାକୁ ଧ୍ୟାନ ଦେବାକୁ ପଡିଥାଏ l ପଇସା ଖର୍ଚ କରିବାକୁ ସମସ୍ତେ ଚାହିଁ ଥାଆନ୍ତି l କିନ୍ତୁ ପଇସା କିପରି ଖର୍ଚ କରାଯାଏ ଓ କିପରି ସଞ୍ଚୟ କରାଯାଏ ତାହା ଖୁବ କମ୍ ଲୋକ ଜାଣି ଥାଆନ୍ତି l ଲୋକମାନେ ପ୍ରଥମେଖର୍ଚା ଓ ପରେ ସଂଚୟ କରିବା କଥା ଚିନ୍ତା କରି ଥାଆନ୍ତି l ତେଣୁ ତାହା ଭୁଲ ହୋଇଥିବା କାରଣରୁ ସର୍ବ ପ୍ରଥମେ ସଂଚୟ କଥା ଚିନ୍ତା କରନ୍ତୁ l

* ସବୁବେଳେ କାହାକୁ ପଇସା ସାହାଯ୍ୟ ଦେବା ପୂର୍ବରୁ ଚିନ୍ତା କରନ୍ତୁ l କାରଣ ଅନ୍ୟକୁ ଯେଉଁ ସାହାଯ୍ୟ କରୁଛନ୍ତି ତାହା ଠିକ କାମରେ ଲାଗୁଛି କି ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ l କାରଣ ଆପଣଙ୍କ ସାହାଯ୍ୟ ଅପାତ୍ରରେ ଦାନ ହୋଇ ନଯାଉ l

* କିଛି ଲୋକ ଆମ ମାନଙ୍କ ମଧ୍ୟରେ ରହିଛନ୍ତି ଯେଉଁ ମାନଙ୍କ ନିକଟରେ ପଇସା ଥିବା ସମୟରେ ଅନ୍ୟର ପରାମର୍ଶ ଲୋଡ଼ା କରି ନଥାଆନ୍ତି l ଏପରି ସ୍ଵଭାଵ ଠିକ ନୁହେଁ l ଯେଉଁଠି ଆପଣ ଅସୁବିଧା ସମୟରେ ସେହି ଲୋକଟିର ପରାମର୍ଶ ଲୋଡୁଛନ୍ତି, ସେହିଭଳି ସୁବିଧା ସମୟରେ ମଧ୍ୟ ତାର ପରାମର୍ଶ କ୍ରମେ ପଇସା ଖର୍ଚ୍ଚ କରନ୍ତୁ l

* କେବେବି ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ l ଆବଶ୍ୟକତା ଠାରୁ ଅଧିକ ଖର୍ଚ ଆପଣଙ୍କୁ କାଙ୍ଗାଳ କରି ପକାଇବ l ସବୁବେଳେ ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ l

* ସବୁଠୁ ମୁଖ୍ୟ କଥାଟି ହେଲା ମଣିଷର ପଇସା ଅଧିକ ହୋଇ ଗଲେ ଅହଂକାର ବୃଦ୍ଧି ପାଇଥାଏ l ତେଣୁ ସବୁବେଳେ ଅହଂକାର ଠାରୁ ନିଜକୁ ଦୁରେଇ ରଖନ୍ତୁ l ଧନ ର ଅହଂକାର ମଣିଷକୁ ବିପଥଗାମୀ କରାଇ ଧ୍ବଂସ କରିଥାଏ l ଏମିତିରେ ମଧ୍ୟ ଅହଂକାରୀ ବ୍ୟକ୍ତି ନିକଟରେ ମା ଲକ୍ଷ୍ମୀ ରହିବାକୁ ଇଛା କରନ୍ତି ନାହିଁ l

* ସବୁବେଳେ ନିଜର ବାହା ବାହା ପଇସାକୁ ଦେଖାଇ ନେବା ଠିକ ନୁହେଁ, କାରଣ ଏହାଦ୍ୱାରା ଜୀବନ ବିପଥଗାମୀ ହେବା ସହିତ ଅନ୍ୟ ମାନଙ୍କର ଆକ୍ରୋସର ଆପଣ ଶିକାର ହୋଇ ପାରନ୍ତି l ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ l

* ନିଜ ସନ୍ତାନ ମାନଙ୍କୁ ଅଯଥା ଖର୍ଚ୍ଚାରୁ ଦୁରେଇ ରଖନ୍ତୁ l ଅଭାବ ଓ ଅସୁବିଧାରେ ଚଳିବା ନିଜ ସନ୍ତାନକୁ ଶିଖାଇବା ନିହାତି ଆବଶ୍ୟକ l ଯିଏ ଅସୁବିଧା ଦେଖିଥାଏ ସେହିଁ ଜୀବନରେ ଉନ୍ନତି କରିଥାଏ l ତା ସହିତ ସନ୍ତାନ ମାନଙ୍କୁ ସ୍ୱାବଲମ୍ବୀ ହେବା ଶିଖାଇବା ଆବଶ୍ୟକ l

Comments are closed.