ରଣପୁର,୩/୯(ଆପ୍ର); ଆଜି ରଣପୁର ବ୍ଲକ ପରିଷର ରେ ଥିବା ସଭା ଗୃହ ରେ ପଚାଂୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଚାଂୟତ ସମିତି ଅଧକ୍ଷା ନିରୁପମା ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପଚାଂନନ ପଟ୍ଟାୟତ , ଏବିଡିଓ ଲାଲାମନୋହର ଲୋହିଆ , ପଚାଂୟତ ସମିତି ଉପାଧକ୍ଷ ପ୍ରଶାନ୍ତ ନାୟକ , ସୁନାଖଳା ଜିଲ୍ଲ ପରିଷଦ ସଭ୍ୟ ଭୁବନେଶ୍ୱର ସାହୁ , ପ୍ରଭାତ ଦଳବେହେରା ଙ୍କ ସହ ସମସ୍ତ ଗ୍ରାମ ପଚାଂୟତ ର ସରପଚଂ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ଆଗାମୀ ଦିନ ରେ ପ୍ରତି ପଚାଂୟତ କୁ ଲୋକାଭିମୁଖି କରିବା ପାଇଁ ମତ ପ୍ରକାଶ ପାଇଥିଲା । କୋଭିଡ ନିୟମ ମାନି ଉପସ୍ଥିତ ବ୍ୟକ୍ତି ମାନେ ସମଦୂରତା ରକ୍ଷା କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।