Odisha news

ଡି.ଆଇ.ଇ.ଟି ନୟାଗଡ ଦ୍ୱାରା ଜାତୀୟ ଶିକ୍ଷାନୀତି ଅନଲାଇନ୍ ଆଲୋଚନା ଚକ୍ର

0

ରଣପୁର : ଡିଆଇଟି ନୟାଗଡ ଦ୍ୱାରା ରାଜସୁନାଖଳାଠାରେ ଜାତୀୟ ଶିକ୍ଷାନୀତି ୨୦୨୦ ର ବିଦ୍ୟାଳୟ ବିଭାଗ ଉପରେ ଜିଲ୍ଲାସ୍ତରୀୟ ଅନ୍ଲାଇନ୍ ଆଲୋଚନା ଚକ୍ର ଚଳିତ ମାସ ୧ ଓ ୨ ତାରିଖ ଦୁଇଦିନ ଧରି ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉସôବରେ ମୁଖ୍ୟ ଅତିଥି ଭାବେ ସେହି ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ଡ.ମଂଜୁବାଳା ସାହୁ ଯୋଗ ଦେଇ ଜାତୀୟ ଶିକ୍ଷାନୀତି ର ରୁପରେଖ ତଥା ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡ.ସନ୍ତୋଷ କୁମାର ପରିଡା,ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡି.ଆଇ.ଇ.ଟି ନୟାଗଡ ରାଜସୁନାଖଳା ସଂଯୋଜକ ଭାବେ ଯୋଗ ଦେଇଥିଲେ ଏବଂ ସେ ନିଜେ ମଧ୍ୟ ପାୱା ର ପଏଣ୍ଟ ଦ୍ୱାରା ଗୁଗୁଲ୍ ମିଟ୍ ଆପ୍ ମାଧ୍ୟମରେ ଅତି ଶରଳ ଭାଷାରେ ଉପସ୍ଥାପନା କରିଥିଲେ ।

ଏଥିରେ ନୟାଗଡ ଜିଲ୍ଲାର ସମସ୍ତ ୮ଟି ବ୍ଲକ୍ ରୁ ଶିକ୍ଷକ ଶିକ୍ଷୟତ୍ରୀ, ସି.ଆର.ସି.ସି , ଏବିଓ, ବି.ଆର.ସି , ବି.ଇ.ଓ ଓ ନୟାଗଡ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ ସଂଯୋଜକମାନେ ଓ ସମଗ୍ର ଜିଲ୍ଲାରୁ ୨୪୮ ଜଣ ଅନ୍ଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନେ ଅନେକ ପ୍ରଶ୍ନ ପଚାରୀ ନିଜର ସନେ୍ଦହ ଦୂରୀଭୁତ କରିଥିଲେ ଓ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସର୍ବଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ମହୋଦୟା ଡ.ସାହୁ ଉଦ୍ୟାପନୀ ଅଭିଭାଷଣ ପ୍ରଦାନ କରିଥିଲେ । ଡ.ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଝଉଋଜଞ ଭୁବନେଶ୍ୱର ଖୁବ୍ ପ୍ରଶଂସା କରିଥିଲେ ।

Leave A Reply