ଡେରାବିଶ : ଗତ ପ୍ରଳଙ୍କରୀ ବନ୍ୟାରେ ବ୍ରାହ୍ମଣୀ ସିଷ୍ଟମରେ ଥିବା ବିରୂପା ନଦୀରେ ବନ୍ୟା ଆସି ଡେରାବିଶ ବ୍ଳକ ଅଧୀନ ବେଣୀପୁର ଠାରେ ଗତଶୁକ୍ରବାର ୮୦ ଫୁଟର ଏକ ଘାଇ ହୋଇଥିଲା । ଏହି ଘାଇ ହେବା ଫଳରେ ବେଣୀପୁର ପଂଚାୟତ ବେଣୀପୁର ଗ୍ରାମର ୫ୱାର୍ଡ଼ର ୨୫୦୦ରୁ ଉଦ୍ଧ୍ୱର୍ ଲୋକ ଓ ଗ୍ରାମକୁ ଲାଗିଥିବା ଏବଂ ଘେରିୀବନ୍ଧ ମଧ୍ୟରେ ଥିବା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ପଂଚାୟତ ଦେକୁଡ଼ି ଗ୍ରାମର ୨ଟି ୱାର୍ଡ଼ର ୫୦୦ ଲୋକ ସମ୍ପୂର୍ଣ୍ଣ ବିପନ୍ନ ହୋଇଥିଲେ । ନଦୀରେ ପାଣି କମିଥିଲେ ମଧ୍ୟ ଏଯାଏ ସମସ୍ତ ବିପନ୍ନ ନିଜ ଘରକୁଫେରିପାରିନାହାଁନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମ୍ପୃକ୍ତ ବେଣୀପୁର ଗ୍ରାମକୁ ଆସି ବିପନ୍ନମାନଙ୍କୁ ଭେଟିବା ସହ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇକୁ ଦେଖିଥିଲେ ।
ସାଂସଦଙ୍କ ଘାଇ ପରିଦର୍ଶନ ସମୟରେ ଗତ ଏକ ବର୍ଷତଳେ ହୋଇଥିବା ନଦୀବନ୍ଧ କାର୍ଯ୍ୟରେ ନଦୀପଠାରୁ ବାଲିଆଣି ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ଯେଉଁଥିପାଇଁ ନଦୀବନ୍ଧରେ ଘାଇଈ ସୃଷ୍ଟି ହୋଇଥିବା ଗ୍ରାମବାସୀଅଭିଯୋଗ ଆଣିଥିଲେ । ତେବେ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ଦାବି କରିଥିବା ଜଣାପଡ଼ିଛି ।