Odisha news

ଗାଡି କାଗଜପତ୍ରର ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି

0

ଭୁବନେଶ୍ୱର, ୨୪ ଅଗଷ୍ଟ – କରୋନା କଟକଣା ମଧ୍ୟରେ ବିଭିନ୍ନ ଗାଡିର ଲାଇସେନ୍ସ ବୈଧତା ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମୋଟର ଭେଇକିଲ ଆଇନ ଅଧୀନରେ ଆସୁଥିବା ଡ୍ରାଇଭିଙ୍ଗ ଲାଇସେନ୍ସ, ଫିଟନେସ୍‌, ରେଜିଷ୍ଟ୍ରେସନ, ପରମିଟ୍ ଓ ଅନ୍ୟ ଡକ୍ୟୁମେଂଟର ବୈଧତା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଗୁଡିକ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ପଲ୍ୟୁସନ୍ ସାଟିର୍ଫିକଟ୍ ବାଧ୍ୟତାମୂଳକ ବୋଲି ଏସଟିଏ କହିଛି ।
ଉଲ୍ଲେଖ୍ୟଯୋଗ୍ୟ ପ୍ରଥମେ ମାର୍ଚ୍ଚ ୩୦ରେ ଜୁନ୍ ୩୦ ପର୍ଯ୍ୟନ୍ତ ଓ ତାପରେ ଜୁନ୍ ୯ରେ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ଲାଇସେନ୍ସ ବୈଧତା ଅବଧିକୁ ବୃଦ୍ଧି କରିଥିଲା କେନ୍ଦ୍ର ପରିବହନ ମନ୍ତ୍ରାଳୟ ।

Leave A Reply