Odisha news

ଆକ୍ୟୁ ପ୍ରେସର ରୋଲର : ଆସନ୍ତୁ ଜାଣିବା ଏହା କଣ

0

ଡାକ୍ତର ଦିଲ୍ଲୀପ କୁମାର ମହାରଣା : ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବଳୀପୁରମ୍ ବେଳାଭୂମିରେ ସଫେଇ କରୁଥିବାର ଖବର ଚାରିଆଡ଼େ ବେଶ ପ୍ରଚାରିତ ହୋଇଥିଲା । ଏହି ସମୟରେ ତାଙ୍କ ହାତରେ ଥିଲା କାଠରେ ତିଆରି ଏକ ସ୍ୱତନ୍ତ୍ର ଧରଣର ରୋଲର । ଏହି ରୋଲରକୁ ସେ ହାତରେ ଘୁରାଉଥିବାର ନଜରକୁ ଆସିଥିଲେ । ତେବେ ମୋଦି ଏପରି କଣ ପାଇଁ କରୁଥିଲେ ଯାହା ବହୁ ଲୋକ ବୁଝି ପାରିନଥିଲେ । ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି କହିଥିଲେ ତାଙ୍କ ହାତରେ ଥିବା ଜିନିଷଟି କ’ଣ ବୋଲି ବହୁଲୋକ ତାଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ସେ କହିଛନ୍ତି ତାହା ଏକ ଆକୁ୍ୟପ୍ରେସର ରୋଲର ଯାହା ସେ ପ୍ରାୟ ସମୟ ବ୍ୟବହାର କରିଥାନ୍ତି । ଏହି କ୍ରମରେ ଏହାର ଫାଇଦା ବିଷୟରେ ଆସନ୍ତୁ ଜାଣିବା ।

ଆକ୍ୟୁ ପ୍ରେସରର ସିଦ୍ଧାନ୍ତ କ’ଣ : ଆକୁ୍ୟପ୍ରେସରର ମୁଖ୍ୟ ସିଦ୍ଧାନ୍ତ ହେଉଛି ମଣିଷ ଶରୀରର ପ୍ରତି ଅଙ୍ଗ ହାତର ପାପୁଲି ଓ ପାଦ ତଳିପାର କୌଣସି ସ୍ୱତନ୍ତ୍ର ପଏଣ୍ଟ ସହ ସଂଶ୍ଲିଷ୍ଟ । ତେବେ ଏହି ସମ୍ବନ୍ଧ କ’ଣ ସେ ବିଷୟରେ ବିଶେଷ ଭାବରେ ଜଣାପଡ଼ି ନଥିଲେ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ, ଯଦି ଏହିସବୁ ପଏଣ୍ଟକୁ ଏନର୍ଜି ଦିଆଯିବ ତେବେ ଆମ ଶରୀର ବହୁ ରୋଗରୁ ମୁକ୍ତ ହୋଇପାରିବ ।

ରୋଗ ଦୂର ହୋଇଥାଏ : ଏହି ପ୍ରେସର ପଏଣ୍ଟରେ ଚାପ ଦେବା ଦ୍ୱାରା ଏନର୍ଜି ସିଧା ଏହା ସହିତ ସମ୍ବନ୍ଧିତ ଅଙ୍ଗକୁ ପହଞ୍ଚିଥାଏ ଓ ଆରାମ ମିଳିଥାଏ । ଏହା ମଧ୍ୟ ଦାବୀ କରାଯାଇଛି ଯେ, ଧୀରେ ଧୀରେ ସେହି ଅଙ୍ଗରୁ ସବୁ ପ୍ରକାର ଅସୁସ୍ଥତା ଦୂର ହୋଇଯାଏ ।

ପ୍ରତିଦିନ ପାଞ୍ଚ ମିନିଟ : ଆକ୍ୟୁ ପ୍ରେସର ରୋଲରର ଉପଯୋଗ ଦ୍ୱାରା ଆପଣ ଡାଇବେଟିସ୍, ଷ୍ଟ୍ରେସ୍, ନିଦ୍ରାହୀନତା, ହାଇପରଟେନସନ୍, ହାର୍ଟ ପ୍ରୋବ୍ଲେମ ପରି ବହୁ ରୋଗରେ ଉପଶମ ପାଇପାରିବେ । ଦୈନିକ କେବଳ ମାତ୍ର ପାଞ୍ଚ ମିନିଟ ଏହି ପଏଣ୍ଟରେ ପ୍ରେସର ଦେଇ ଲାଭ ପାଇ ପାରିବେ ।

ଆକ୍ୟୁ ପ୍ରେସର ରୋଲରର ଉପଯୋଗ : ପ୍ରଧାନମନ୍ତ୍ରୀଙ୍କ ହାତରେ ଯେଉଁ ରୋଲର ଥିଲା ସେଥିରେ ଛୋଟ ଛୋଟ ଗୁବ ରହିଥିଲା । ଆପଣ ଏହି ରୋଲରକୁ ଦୁଇ ହାତ ମଧ୍ୟରେ କିମ୍ବା ପାଦ ତଳେ ରଖି ଏହାକୁ ଘୁରାଇବା ଦ୍ୱାରା ଲାଭ ମିଳିଥାଏ । ଏପରି କରିବା ଦ୍ୱାରା ପ୍ରେସର ପଏଣ୍ଟ ଆକ୍ଟିଭ ହୋଇଥାଏ ଓ ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ଏନର୍ଜି ପହଞ୍ଚôଥାଏ ।

ହାତର ପ୍ରେସର ପଏଣ୍ଟ : ଯେଉଁଠାରେ ଆପଣଙ୍କ ହାତର ମଣିବନ୍ଧ ସରୁଛି ସେହିଠାରେ ଓ ସବୁଠାରୁ ଛୋଟ ଅଙ୍ଗୁଳି ନିମ୍ନକୁ ଥିବା ମଣିବନ୍ଧ ହିଁ ଏହି ପ୍ରେସର ପଏଣ୍ଟ ହୋଇଥାଏ । ଏହି ପ୍ରେସର ପଏଣ୍ଟ ଚିନ୍ତା ଦୂର କରିବା ଓ ମନୋଭାବକୁ ନିୟନ୍ତ୍ରିତ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ । ଓଜନ ବୃଦ୍ଧି ଓ ଡାଇବେଟିସ୍ର ପ୍ରମୁଖ କାରଣ ହୋଇଥାଏ ମାନସିକ ଚିନ୍ତା । ଏହି କାରଣରୁ ଏହି ପଏଣ୍ଟରେ ମସାଜ କରିବା ଦ୍ୱାରା ବହୁ ଲାଭ ମିଳିଥାଏ ।

ଲାଭ : ଯଦି ଆପଣ ନିୟମିତ ରୂପରେ ହାତ ଓ ପାଦର ପ୍ରେସର ପଏଣ୍ଟ ଉପରେ ପ୍ରେସର ଦେବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗ ସହଜରେ ଆକ୍ରମଣ କରିବ ନାହିଁ । ଯଦି ଆପଣଙ୍କ ଶରୀର କୌଣସି ପ୍ରେସର ପଏଣ୍ଟ ଉପରେ ଚାପ ଦେଲେ ଯନ୍ତ୍ରଣା ହେଉଛି ତେବେ ଜାଣିବେ ଆପଣଙ୍କ ଶରୀରରେ କିଛି ଅସୁସ୍ଥତା ରହିଛି । ଏହାଦ୍ୱାରା ଆପଣଙ୍କୁ ସଠିକ ସମୟରେ ରୋଗ ବିଷୟରେ ଜଣା ପଡ଼ିଯିବ ।

Leave A Reply