Odisha news

ଇସ୍ପାତ କାରଖାନା ମଧ୍ୟରେ ସଡକ ସୁରକ୍ଷା ସୁଦୃଢ କରିବା ନିମନ୍ତେ ସେଲ ଆରଏସପିର ବଳିଷ୍ଠ ପ୍ରୟାସ

0

ସଡକ ସୁରକ୍ଷାକୁ ସୁଦୃଢ କରିବା ତଥା ସଡକ ସୁରକ୍ଷା ନିୟମ ଭଙ୍ଗକାରୀଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ରାଉରକେଲା ଇସ୍ପାତ କାରଖାନାରେ ସୁରକ୍ଷା ଇଞ୍ଜିନିୟରିଂ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ବଳିଷ୍ଠ ପ୍ରୟାସର ଅଂଶସ୍ୱରୂପ କାରଖାନାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସର୍ପରାଇଜ ଚେକ ଅନୁଷ୍ଠିତ ହେଉଛି। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା ସିଆଇଏସଏଫ କର୍ମୀଙ୍କୁ ନେଇ ଗଠିତ ଦଳଙ୍କ ଦ୍ଵାରା ଏହି ସର୍ପରାଇଜ ଚେକ ସମ୍ପନ୍ନ ହେଉଛି।ଏହି ସମସ୍ତ ଚେକ କର୍ମଚାରୀମାନଙ୍କୁ ଗାଡି ଚଳାଇବା ସମୟରେ ସତର୍କ ରହିବା ତଥା ଇସ୍ପାତ କାରଖାନା ମଧ୍ୟରେ ସଂପୂର୍ଣ୍ଣ ସଡକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନୁଷ୍ଠିତ ହେଉଛି। ଗତ ଏକ ମାସ ମଧ୍ୟରେ ଏହି ଅଭିଯାନ ଅନ୍ତର୍ଗତ ୫୭ଟି ସର୍ପରାଇଜ ଚେକ ଅନୁଷ୍ଠିତ ହୋଇସାରିଛି । ଏଥିରେ ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଓ ବିଭାଗୀୟ ସୁରକ୍ଷା ଅଧିକାରୀ ସୁରକ୍ଷା ଇଞ୍ଜିନିୟରିଂ ବିଭାଗକୁ ସହଯୋଗ ପ୍ରଦାନ କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଭାରିଯାନ ଚାଳକ ଓ କର୍ମଚାରୀମାନଙ୍କୁ ଦଣ୍ଡିତ କରାଯିବା ସହିତ ସଡକ ସୁରକ୍ଷା ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଉଛି।

Nalco

Leave A Reply