ମୁମ୍ବାଇ: ଡ୍ରଗ୍ସ କାରବାର ଅଭିଯୋଗରେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଗିରଫ ହୋଇଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ ଉଭୟଙ୍କୁ ଗିରଫ କରିଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଡ୍ରଗ୍ସ କାରବାର ଘଟଣାର ତଦନ୍ତ ଚାଲିଥିବା ବେଳେ ସୌଭିକ୍ ଓ ମିରାଣ୍ଡା ଏଥିରେ ସାମିଲ ଥିବା ଜାଣିବାକୁ ପାଇଥିଲା ଏନସିବି । ସୌଭିକ୍, ଉଭଣୀ ରିୟାଙ୍କ ନିର୍ଦେଶରେ ଡ୍ରଗ୍ସ କିଣିଥିବା ସ୍ୱୀକାର କରିଥିଲେ । ଏହାର କିଛି ସମୟ ପରେ ସୌଭିକଙ୍କୁ ଗିରଫ କରାଯାଇଥିଲା । ଏଥିସହିତ ସୌଭିକ୍ ଆହୁରି ମଧ୍ୟ ସ୍ୱିକାର କରିଥିଲେ ଯେ, ରିୟା ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଡ୍ରଗ୍ସ କିଣିବାକୁ କହିଥିଲେ । ତାଙ୍କର ଏକାଧିକ ଡ୍ରଗ୍ସ ବେପାରୀଙ୍କ ସହ ସମ୍ପର୍କ ରହିଛି । ତେଣୁ ଦୁଇଜଣଙ୍କୁ ଡ୍ରଗ୍ସ କିଣିବାକୁ କହିଥିଲେ ବୋଲି ସୌଭିକ୍ ସ୍ୱୀକାର କରିଥିଲେ ।