ଅଭିନେତା ସୁଶାନ୍ତ ସିଂହ ରାଜପୁତ ଅପମୃତୁ୍ୟ ମାମଲାରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅଭିଯୁକ୍ତ ହେବା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିଛି । ଏବେ ଏକ ଫିଲ୍ମରୁ ରିୟାଙ୍କ ନାମ ହଟାଇ ଦିଆଯାଇଛି । ଫିଲ୍ମ ନିର୍ମାତା ଲୋମ୍ ହର୍ଷ ତାଙ୍କ ଅପ୍କମିଙ୍ଗ୍ ଫିଲ୍ମରେ ରିୟାଙ୍କୁ କାଷ୍ଟ କରିବାକୁ ଯୋଜନା କରିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେ ଏପରି କରିବେ ନାହିଁ । ଏହାଦ୍ୱାରା ସୁଶାନ୍ତଙ୍କ
ଫ୍ୟାନ୍ମାନଙ୍କ ଭାବନାକୁ କ୍ଷତି ପହଞ୍ଚିପାରେ ବୋଲି ସେ କହିଛନ୍ତି । ହର୍ଷ କହିଛନ୍ତି, ‘ଏହା ମୋର ଦ୍ୱିତୀୟ ଫିଚର୍ ଫିଲ୍ମ ଓ ମୁଁ ରିୟାଙ୍କୁ କାଷ୍ଟ କରିବାର ଯୋଜନା କରିଥିଲି । ୨୦୧୮ରୁ ଫିଲ୍ମ ତିଆରି ପାଇଁ ଯୋଜନା ଚାଲିଥିଲା । ରିୟା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ଆମେ ଫିମେଲ୍ ଲିଡ୍ ଭାବେ ନେବାକୁ ଚିନ୍ତା କରୁଥିଲୁ । ହେଲେ ସୁଶାନ୍ତ କେସ୍ ପରେ ରିୟାଙ୍କୁ କାଷ୍ଟ୍ ନ କରିବାର ନିଷ୍ପତ୍ତି ନେଇଛୁ । ଆମ ଦେଶରେ ଭାବନା ଓ ଧାର୍ମିକ ମୂଲ୍ୟବୋଧ ଥିବା ଲୋକ ଅଛନ୍ତି । ଏବେ ଦର୍ଶକ ସୁଶାନ୍ତଙ୍କ ସହ ଅଛନ୍ତି । ଆମେ ଦର୍ଶକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ ।’
Prev Post