Odisha news

ପ୍ରବର୍ତନ ନିର୍ଦେଶାଳୟ ପ୍ରଥମେ ଶୁକ୍ରବାର ଦିନ ରିୟାଙ୍କୁ ,ତାଙ୍କ ଭାଇ ସୋଭିକଙ୍କୁ ପଚରାଉଚରା : ୧୮ ଲକ୍ଷ ରୋଜଗାରରେ ୩୪ ଲକ୍ଷର ସେୟାର କେମିତି କିଣିଲେ ରିୟା

0

ନୂଆଦିଲ୍ଲୀ :ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ଲଗାତାର ରିୟା ଚକ୍ରବର୍ତୀଙ୍କୁ ପଚାରଉଚରା ଜାରି ରହିଛି l ପ୍ରବର୍ତନ ନିର୍ଦେଶାଳୟ ପ୍ରଥମେ ଶୁକ୍ରବାର ଦିନ ରିୟାଙ୍କୁ ,ତାଙ୍କ ଭାଇ ସୋଭିକଙ୍କୁ ପଚରାଉଚରା କରିଥିଲା l ସୋମବାର ୧୦ ତାରିଖ ଦିନ ତାଙ୍କ ପିତା ,ତାଙ୍କ ମ୍ୟାନେଜରଙ୍କ ସହିତ ରିୟା ଓ ତାଙ୍କ ଭାଇଙ୍କୁ ମଧ୍ୟ ପଚାରଉଚରା କରିଛି l ଗୋଟିଏ ପଟେ ED ତାଙ୍କର ସମସ୍ତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଉପରେ ନଜର ରଖିଛି ,ଅନ୍ୟପଟରେ ଇଣ୍ଡିଆ ଟୁଡେକୁ ରିୟା ଚକ୍ରବର୍ତ୍ତିଙ୍କର ଇନକମଟ୍ୟାକ୍ସ ରିଟର୍ନସ ଡିଟେଲସ ମିଳିଛି l ଯାହା ଦ୍ୱାରା ଅନେକ ତଥ୍ୟ ସାମ୍ନା କୁ ଆସିଛି l

୨୦୧୭ ରୁ ୨୦୧୮ ଓ ୨୦୧୮ ରୁ ୨୦୧୯ ବିତିୟ ବର୍ଷରେ ITRରେ ରିୟାଙ୍କର ରୋଜଗାର ଅଚାକ ବଢି ଯାଇଥିଲା ,କିନ୍ତୁ ସୋର୍ସର ଜଣ ପଡୁନି l ବର୍ତମାନ ED ଏହି ସୋର୍ସ ଅଫ ଇନକମର ଯାଞ୍ଚ କରୁଛି ,ରିୟା ଅଧିକାଂଶ ସ୍ଥାନରେ ଇଭେଣ୍ଟ କରିଛନ୍ତି ବୋଲି ମତ ଦେଇଛନ୍ତି l ଯାହା ତାଙ୍କ ରୋଜଗାର ଠାରୁ ଅଧିକ ଦେଖାଉଚି l ବିତିୟ ବର୍ଷ ୨୦୧୭ ରୁ ୨୦୧୮ରେ ରିୟାଙ୍କ ରୋଜଗାର ପାଖାପାଖି ୧୮ଲକ୍ଷ ଥିଲା l ୨୦୧୮ ରୁ ୨୦୧୯ରେ ରିୟା ITR ରେ ୧୮ଲକ୍ଷ ଟଙ୍କା ରୋଜଗାର କରିଥିବା ଦେଖାଇଛନ୍ତି ,ସେହି ସମୟରେ ରୀୟlଙ୍କର ଫିକ୍ସଆସେଟ ୯୬ ହଜାରରୁ ବଢି ୯ ଲକ୍ଷରେ ପହଂଚିଗଲା l କେବଳ ଏତିକି ନୁହେଁ ରିୟା ଅଧିକାଂଶ କମ୍ପାନୀରେ ସେୟାର ହୋଲଡ଼ର ମଧ୍ୟ ଅଛନ୍ତି ED ଏହାର ଯାଞ୍ଚ କରୁଛି l ୨୦୧୭ ରୁ ୨୦୧୮ରେ ୩୪ ଲକ୍ଷ ଟଙ୍କାର ସେୟାର କେଉଁଠୁ କିଣିଲେ ,ଯେବେକି ତାଙ୍କର ରୋଜଗାର ୧୮ଲକ୍ଷ ଥିଲା l

ଶୁକ୍ରବାର ଦିନ ED ପଚାରିଥିଲେ ଯେ ରିୟା ସୁଶାନ୍ତଙ୍କ ଆକାଉଣ୍ଡରୁ ପଇସା ବାହାର କରିଥିଲେ କି ,ରିୟା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ l ରିୟାଙ୍କୁ ED ୮ ଘଣ୍ଟା ପଚାରଉଚରା କରିଥିଲା ଓ ତାଙ୍କ ଭାଇଙ୍କୁ ୧୨ଘଣ୍ଟାରୁ ଅଧିକ ଜେରା ହୋଇଥିଲା l ED ବ୍ୟତୀତ ବର୍ତମାନ ଏହି ମାମଲାକୁ CBI ତଦନ୍ତ କରୁଛି l କେନ୍ଦ୍ର ସରକାର CBI କୁ ଏହି ମାମଲାର ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ମହାରାଷ୍ଟ୍ର ସରକାର ସୂଚନା ଦେଇଛନ୍ତି ଯେ ବର୍ତମାନ ଏହି କେସ ରାଜ୍ୟ ପୋଲିସ ନିକଟରେ ରହିଛି ,CBI କୁ ହସ୍ତାନ୍ତର କରାଯାଇନାହିଁ

Leave A Reply