Odisha news

ଋଷିକୁଲ୍ୟା ନଦୀ ରୁ ବାଲି ଚୋରା ଚାଲାଣ : ପାଞ୍ଚ ଟ୍ରାକ୍ଟର ଜବତ,ଚାରି ଡ୍ରାଇଭର ଗିରଫ

0

ଆସିକା : ଋଷିକୁଲ୍ୟା ନଦୀ ର ଚେରମାରିଆ ବାଲିଘାଟ ରେ ଆସିକା  ପୋଲିସ ଚଢ଼ାଉ କରି ବାଲି ବୋଝେଇ ହୋଉଥିବା ପାଞ୍ଚ ଟ୍ରାକ୍ଟର କୁ ଜବତ କରିବ ସହ ଚାରି ଡ୍ରାଇଭର ଙ୍କୁ ଗିରଫ କରିଛି। ଋଷିକୁଲ୍ୟା ନଦୀ ର ଏହି ଘାଟ ରୁ ବାଲି ବିନା ସରକାରୀ ଅନୁମୋଦନ ରେ ବାଲି ଚାଲାଣ ହେଉ ଥିବା ଯୋଗୁଁ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।ବୁଧବାର ସଂଧ୍ୟା ରେ ପୋଲିସ ବାଲି ଘାଟ ରେ ଚଢ଼ାଉ କରିଥିଲା।

ନଦୀ ପଠା ରେ ପାଞ୍ଚ ଟ୍ରାକ୍ଟର ଥିବା ବେଳେ ସେଥିରେ ବାଲି ବୋଝେଇ ହୋଉଥିବା ଦେଖି ଯାଞ୍ଚ କରିଥିଲା। ବେ ଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଜଣାପଡିବା ରେ ଘଟଣା ସ୍ଥଳରୁ ପାଞ୍ଚ ଟ୍ରାକ୍ଟର  ଜବତ କରି ଚାରି ଜଣ ଯାକ ଡ୍ରାଇଭର ଙ୍କୁ ପୋଲିସ ଗିରଫ କରିଥିଲା। ଏ ସମ୍ପର୍କରେ ଲଘୁ ଖଣିଜ ପଦାର୍ଥ ନିୟନ୍ତ୍ରଣ ଓ ଚୋରାଚାଲାଣ ଧାରା ରେ  ଆସିକା ଥାନା କେସ ନମ୍ବର ୪୨୭/୨୦ ରେ ମାମଲା ରୁଜୁ କରି ଘଟଣାର ସବିଶେଷ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

Leave A Reply