ଚନ୍ଦନୱାଡି ଶ୍ମଶାନରେ ବଲିଉଡ ଅଭିନେତା ଋଷି କପୁରଙ୍କୁ ମରଶରୀର ପଞ୍ଚଭୂତରେ ଲୀନ : ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପରିବାର ସଦସ୍ୟଙ୍କ ବ୍ୟତୀତ ୨୦ ଜଣ ଲୋକଙ୍କୁ ଯୋଗଦେବାକୁ ଅନୁମତି
ମୁମ୍ବାଇ: ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ବଲିଉଡ ଅଭିନେତା ଋଷି କପୁରଙ୍କୁ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି । ତାଙ୍କ ମୃତଦେହ ଅପରାହ୍ନ ୩.୪୫ ରେ ଶ୍ମଶାନରେ ପହଞ୍ଚିଥିଲା। ଏହା ପରେ ବୈଦ୍ୟୁତିକ ଶ୍ମଶାନରେ ଶବଦାହ କରାଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପରିବାର ସଦସ୍ୟଙ୍କ ବ୍ୟତୀତ ନିର୍ଦ୍ଦେଶକ ରାହୁଲ ରାୱେଲ,ଆୟାନ ମୁଖାର୍ଜୀ ,ଅଭିଷେକ ବଚ୍ଚନ, ସୈଫ ଅଲି ଖାନ, କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ୨୦ ଜଣ ଲୋକଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ।
ତେବେ କପୁର ପରିବାର ନିଜ ବାର୍ତ୍ତାରେ କହିଥିଲେ ଯେ “ବ୍ୟକ୍ତିଗତ କ୍ଷତିର ଏହି ସମୟରେ ଆମେ ମଧ୍ୟ ବୁଝିପାରୁଛୁ ଯେ ସମଗ୍ର ବିଶ୍ୱ ଅସୁବିଧାଜନକ ସମୟ ଦେଇ ଗତି କରୁଛି। ସର୍ବସାଧାରଣରେ ଏକାଠି ହେବା ଉପରେ ଅନେକ ପ୍ରତିବନ୍ଧକ ଅଛି | ଆମେ ତାଙ୍କର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁ ଏବଂ ପରିବାର ବନ୍ଧୁମାନଙ୍କୁ ଆଇନକୁ ସମ୍ମାନ ଦେବାକୁ ଅନୁରୋଧ କରୁଛୁ ।
ଏଠାରେ ସୂଚନା ଥାଉ କି ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ଋଷି କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ମୁମ୍ବାଇର ସାର୍ ଏଚ୍ ଏନ୍ ରିଲାଏନ୍ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା।