Odisha news

ଯାଜପୁରରେ ପୁଣି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ବର: ଆଜି ପୁଣି ଯାଜପୁର ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଏଥିସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ହୋଇଛି। ତେଣେ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି। ଆଜି ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଖବର ଆସିଥିଲା। ଫଳରେ ଏଯାବତ୍ ଆଜି ଦିନରେ ସମୁଦାୟ ୧୭ ଜଣ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।  ପୂର୍ବ ୩ ଜଣ ଜିଲ୍ଲାର ଦଶରଥପୁର ବ୍ଲକରୁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଯେଉଁ ୧୪ ଜଣ ଚିହ୍ନଟ ହୋଇଛନ୍ତି ସେମାନେ ମଧ୍ୟ ସେହି ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର ବାସିନ୍ଦା ବୋଲି ସୂଚନା ମିଳିଛି ।

I & PR Department, Odisha

@IPR_Odisha

2nd Health Update, 30 April

14 Positives in Jajpur

29 yr Male, 38 yr Male, 35 yr Male, 40 yr Female, 29 yr Male, 20 yr Female,

85 yr Female, 3 yr Male, 34 yr Male,
3 yr Female, 36 yr Female, 12 yr Male, 52 yr Female & 62 yr Male.

Total Positive Case:142

356 people are talking about this

ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଞ୍ଚଳରୁ ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଜୋନ ଅଞ୍ଚଳର । ଏଥିରେ ୮ ଜଣ ପୁରୁଷ ଥିବା ବେଳେ ୬ ଜଣ ମିହଳା ସାମିଲ ଅଛନ୍ତି । ପୁରୁଷମାନଙ୍କର ବୟସ ୨୯ ବର୍ଷର ୨ ଜଣ, ୩୮ ବର୍ଷ, ୩୫ ବର୍ଷ, ୩୪ ବର୍ଷ ଓ ୬୨ ବର୍ଷ । ଏହି ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ତିନି ବର୍ଷର ଶିଶୁ ମଧ୍ୟ ସାମିଲ ଅଛନ୍ତି । ଏଥିରୁ ଜଣେ ଶିଶୁ ପୁତ୍ର ଓ ଅନ୍ୟ ଜଣେ ଶିଶୁ କନ୍ୟା । ସେହିପରି ଜଣେ ୧୨୨ ବର୍ଷିଅ ନାବାଳକ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏଥି ସହ ଏପର୍ଯ୍ୟନ୍ତ ସବୁଠାରୁ ବରିଷ୍ଠ ବ୍ୟକ୍ତି ଭାବେ ଜଣେ ୮୫ ବର୍ଷୀୟ ବୃଦ୍ଧା ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି । ଅନ୍ୟ ମହିଳାମାନଙ୍କର ବୟସ ୪୦ ବର୍ଷ, ୨୦ ବର୍ଷ, ୩୬ ବର୍ଷ ଓ ୫୨ ବର୍ଷ ।

ବୁଧବାର ବିଳମ୍ବିତ ରାତିରେ ଯାଜପୁରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିଲେ । ପୁରୁଷ ଜଣକ ଦଶରଥପୁର ବ୍ଲକର ଡାହାଣହତା ପଞ୍ଚାୟତ ଦେଓପଦାର ୬୫ ବର୍ଷିୟ ବ୍ୟକ୍ତି ହୋଇଥିବା ବେଳେ ସେ ନିକଟରେ କୋଲକାତାରୁ ଫେରିଥିଲେ। ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା ଏବଂ ସଂକ୍ରମଣର କୌଣସି ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇ ନ ଥିଲା। ସେହିପରି ଉକ୍ତ ବ୍ଲକର କଟିକଟା ପଞ୍ଚାୟତରେ ଅନ୍ୟ ଦୁଇ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯେଉଁମାନେ କି ଏଠାରେ ଚିହ୍ନଟ ହୋଇଥିବା ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ। ଏହି ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୧୮ ଓ ୫୬ ବର୍ଷ। ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିଲା ଓ ବର୍ତ୍ତମାନ ଏହି ବ୍ଲକର ଆକ୍ରାନ୍ତ ସଂଖ୍ୟା ୨୬ରେ ପହଞ୍ଚିଛି।

Leave A Reply