ଖମାର: ପାଲଲହଡା ବ୍ଲକ ଖମାର ଅନ୍ତର୍ଗତ ବଡସଡା ପଚାଂୟତରେ ଥିବା ୨ଟି ସଙ୍ଗରୋଧ କେନ୍ଦ୍ରରୁ ଆଜି ୧୦ ଦିନ ପରେ ୨୭ ଜଣ ପ୍ରବାସୀ ଓଡିଆ ନିଜ ନିଜ ଗାଁକୁ ଫେରିଛନ୍ତି । ଲକ୍ ଡାଉନ୍ ଘୋଷଣା ପରେ ଚେନାଇରେ କୋ÷ଣସି ଏକ କମ୍ପାନୀରେ କାମ କରୁଥିବା ବଡସଡା ପଚାଂୟତ ଆଖପାଖ ଗ୍ରାମ ମାନଙ୍କରୁ ପ୍ରାୟ ୨୭ ଜଣ ଶ୍ରମିକ କାମ କରୁଥିବା କମ୍ପାନୀର କାମ ବନ୍ଦ ହୋଇ ଯିବାରୁ କମ୍ପାନୀ ଏମାନଙ୍କୁ କାମରୁ ବାହାର କରି ଦେଇଥିଲା । ଯାହା ଫଳରେ ଉକ୍ତ ଶ୍ରମିକ ମାନେ ନିଜେ ରୋଜଗାର କରିଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ । ପରେ ଭୋକ ଉପାସରେ କିଛି ଦିନ ରହିବା ପରେ ନିଜ ଘରକୁ ଫୋନ କରି କିଛି ଟଙ୍କା ପଠାଇ ଦେବାକୁ କହିଥିଲେ ।
ପରିବାର ଲୋକ ଜଣକେ ୮୦୦୦ ଟଙ୍କା ଲେଖାଏଁ ପଠାଇବାରୁ ସେହି ଟଙ୍କାରେ ଏକ ଗାଡି ଭଡାକରି ନିଜ ଘରକୁ ଗତ ସପ୍ତାହରେ ପହଁଚିଂ ଥିଲେ । ସେମାନଙ୍କୁ ବଡସଡା ପଚାଂୟତ ସରପଚଂ ଶ୍ରୀମତୀ ଲଳିତା ମାଝୀ, ପଚାଂୟତ ନିର୍ବାହୀ ଅଧିକାରୀ ଅକ୍ଷୟ ନାୟକ ୧୦ ଦିନ ରଖିବା ପରେ ଆଜି ସରକାରଙ୍କକ ନିଦେ୍ର୍ଦଶକ୍ରମେ ନିଜ ନିଜ ଘରକୁ ଛାଡି ଦେଇଥିଲେ । କାହିଁକି ନା ସରକାରଙ୍କ ନିଦେ୍ର୍ଦଶ ନାମାରେ ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ କହିଛନ୍ତି, ତେଣୁ ୨୧ ଦିନ ରଖିବା ପରିବର୍ତେ ୧୦ ଦିନରେ ଆଜି ଛାଡି ଥିବା ପଚାଂୟତ ନିର୍ବାହୀ ଅଧିକାରୀ କହିଛନ୍ତି ।