ଠାକୁରଗଡ଼: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ମନ୍ଦର ବାହାଳ ଗ୍ରାମର ଏକ ମହୁଲ ଗଛରୁ ସୋମବାର ଦିନ ପୋକଣ୍ଡା ଗ୍ରାମର ନକୁଳ ନାୟକ (୧୯) ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ନକୁଳଙ୍କ ବାପା ରାଘବଙ୍କ ଅଭିଯୋଗକ୍ରମେ ଠାକୁରଗଡ଼ ପୁଲିସ ଏ ସଂକ୍ରାନ୍ତରେ ନଂ ୧୯/୨୦୨୦ରେ ଏକ ମାମଲା ରୁଜୁ କରି ନକୁଳଙ୍କର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ପୁଲିସ କହିଛି ଯେ, ନକୁଳ ଗତ କିଛି ଦିନ ହେବ କାନ୍ଦର ବାହାଳ ଗ୍ରାମକୁ ରେମିନା ତାଙ୍କ ଅପାଙ୍କ ଘରକୁ ବୁଲିବାକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ମୋବାଇଲ ଫୋନରେ କଥା ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ ।
ହେଲେ ଆଉ ଘରକୁ ଫେରିନଥିଲେ । କୋ÷ଣସି କାରର କୁ ନେଇ ସେ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଶବ ମହୁଲ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଟାପଢ଼ୋଲ ଫାଣ୍ଡି ଅଧିକାରୀ କରୁଣା କରବ ଳ ଘଟଣା ସ୍ଥଳରେ ପହଁଚିଂ ଶବକୁ ଜବତ କରିଥିଲେ । ।