Odisha news

ଗଣତନ୍ତ୍ର ଦିବସ ଓ ଭାରତୀୟ ସମ୍ବିଧାନ

0
ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ଆମ ଦେଶ ରେ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ । ଚଳିତ ବର୍ଷ ଦେଶ ୭୩ ତମ ଗଣତନ୍ତ୍ର ଦିବସ ପାଳିତ କରିବ । ଆଜିର ଏହି ଗଣତନ୍ତ୍ର ଦିବସ ର ଅନେକ ଇତିହାସ ରହିଛି । ଯାହା ହୁଏତ ଆମ ମାନଙ୍କ ପାଇଁ ନିହାତି ଜାଣିବା ଉଚିତ୍ । ଆମ ଦେଶ ୧୫ ଅଗଷ୍ଟ ୧୯୪୭ ରେ ସ୍ଵାଧୀନ ହୋଇଥିଲା । ଏହାପରେ ଆମ ଦେଶର ସମ୍ବିଧାନ ଲାଗୁ ହୋଇଥିଲା । ୨୧ ଟି ତୋପ ର ସଲାମୀ ଓ ଡ଼ା. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ଭାରତୀୟ ରାଷ୍ଟ୍ରୀୟ ଧ୍ଵଜା କୁ ଉଡ଼ାଇ ଐତିହାସିକ ସୃଷ୍ଟି ହୋଇଥିଲା ।
ସେହି ଦିନ ଆମ ଦେଶର ରାଷ୍ଟ୍ରୀୟ ଅବକାଶ ଘୋଷଣା ହୋଇଥାଏ । ଏହାକୁ ଭାରତର ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଇ ଥାଏ । ସ୍ୱତନ୍ତ୍ରତା ର ଏତେ ବର୍ଷ ପରେ ମଧ୍ୟ ଆଜି ଯେପରି ମନେ ହେଉଛି ଯେ ଏହି ସ୍ଵାଦ ଆଜି ମଧ୍ୟ ନୂଆ ।
ଆମ ଭାରତୀୟ ମାନଙ୍କ ର ଗର୍ବ ଓ ଗୌରବ ହେଉଛି ଆମ ସମ୍ବିଧାନ । ଭାରତୀୟ ସମ୍ବିଧାନ ବିଶ୍ଵର ସବୁଠୁ ଦୀର୍ଘ ସମ୍ବିଧାନ । ଏହା ସାରା ବିଶ୍ବରେ ପ୍ରସିଧ ଅଟେ । ଆମ ସମ୍ବିଧାନ ରେ ଜନ ସାଧାରଣଙ୍କ ମୌଳିକ ଅଧିକାର ବିଷୟରେ ଉଲ୍ଲେଖ ରହିଛି । ଯାହା ଜଣେ ସାଧାରଣ ଭାରତୀୟ ନାଗରିକ କୁ ଗୋଟିଏ ସ୍ଵତନ୍ତ୍ର ପରିଚୟ ଦେଇଛି ।
ସମ୍ବିଧାନ ର ଅଲେଖ ଅନୁସାରେ ଆମେ ଏହି ଦେଶର ନାଗରିକ ହୋଇ ରହିବା ସହିତ ସାମାଜିକ, ଆର୍ଥିକ, ରାଜନୈତିକ ଅଧିକାର ପାଇବା ପାଇଁ ସମ୍ପୂର୍ଣ୍ଣ ଅଧିକାର ରଖିଚୁ । ତେଣୁ ଏହି ମୌଳିକ ଅଧିକାର କୁ ନେଇ ଆମେ ଭାରତୀୟ ମାନେ ଦେଶର ସମ୍ବିଧାନ କୁ ସମ୍ମାନ ଦେବା ଉଚିତ୍ ।
ଗଣତନ୍ତ୍ର ଦିବସ ଆମେ ଭାରତୀୟ ସମ୍ବିଧାନ କୁ ସମ୍ମାନ ଜଣାଇ ପାଳନ କରିଥାଉ । ତେଣୁକରି ଗଣତନ୍ତ୍ର ଦିବସ ଆମ ସମ୍ବିଧାନ କୁ ସମ୍ମାନ ଜଣାଇ ପାଳନ କରିଥାଉ ।
Leave A Reply