Odisha news

ଗଣତନ୍ତ୍ର ଦିବସ କଣ ଓ କାହିଁକି ପାଳନ କରାଯାଇ ଥାଏ

0

ଭାରତ ଗୋଟିଏ ସର୍ବ ଭୌମ ଗଣତନ୍ତ୍ର ରାଷ୍ଟ୍ର l ପ୍ରତିବର୍ଷ ଭାରତରେ ୨୬ ଜାନୁଆରୀ ଦିନ ଗଣତନ୍ତ୍ର ଦିବସ ପାଳନ କରାଯାଇ ଥାଏ l ଏହିଦିନ ଭାରତରେ ସରକାରୀ ଛୁଟି ଘୋଷଣା କରାଯାଇ ଥାଏ l ଭାରତର ସମ୍ବିଧାନ ସଭା ୨୬ ନଭେମ୍ବର ୧୯୪୯ ରେ ଭାରତର ସମ୍ବିଧାନ କୁ ସ୍ୱୀକାର କରା ଯାଇଥିଲା l ଯେବେକି ୨୬ ଜାନୁଆରୀ ୧୯୫୦ ସାରା ଦେଶରେ ଲାଗୁ କରାଯାଇଥିଲା l ଏହି ଉପଲବ୍ଧି କୁ ନେଇ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ ବଛା ଯାଇଥିଲା, କାରଣ ୨୬ ଜାନୁଆରୀ ୧୯୨୯ ରେ କଂଗ୍ରେସ ପୁର୍ଣ ସ୍ୱରାଜ ପ୍ରସ୍ତାବ ପାସ କରିଥିଲା l

ଗଣତନ୍ତ୍ର ଦିବସ ଓ ସ୍ୱତନ୍ତ୍ରତା ଦିବସ ରେ କି ପାର୍ଥକ୍ୟ ରହିଛି –
ଗଣତନ୍ତ୍ର ଦିବସ ଏଥିପାଇଁ ପାଳନ କରାଯାଏ କାରଣ ୨୬ ଜାନୁଆରୀ ଦିନ ଭାରତ ଗଣତନ୍ତ୍ର ରାଷ୍ଟ୍ର ଭାବରେ ଘୋଷଣା ହୋଇଥିଲା ଓ ଭାରତର ସମ୍ବିଧାନ ଲାଗୁ ହୋଇଥିଲା l ଆଉ ସ୍ୱତନ୍ତ୍ରତା ଦିବସ ଏଥିପାଇଁ ପାଳନ କରାଯାଏ ଯେ ଏହି ଦିନ ଭାରତ ଇଂରେଜ ମାନଙ୍କ ନିକଟରୁ ସ୍ୱାଧୀନ ହୋଇଥିଲା l ଗଣତନ୍ତ୍ର ଦିବସ ଦିନ ଟି ହେଉଛି ଭାରତ ପାଇଁ ଗୋଟିଏ ସମ୍ମାନ ର ଦିନ l

ଭାରତୀୟ ସଂସଦ ରେ ଭାରତର ସମ୍ବିଧାନ କୁ ସମ୍ପୂର୍ଣ ଲାଗୁ ହୋଇଥିଲା ଆମ ଦେଶ ସମ୍ପୂର୍ଣ ଭାବରେ ଲୋକତନ୍ତ୍ର ଗଣରାଜ୍ୟ ହୋଇଥିଲା l ଏହି ଦିନ ଦେଶର ରାଜଧାନୀ ଦିଲ୍ଲୀଠାରେ ଜାତୀୟ ପତାକା ଉତୋଳନ ହୋଇଥାଏ l ଆମ ବାୟୁ ସେନା, ନୌ ସେନା ଓ ସ୍ଥଳ ସେନା ନିଜର ବିଭିନ୍ନ କାର୍ଯ୍ୟ ଓ ନିଜର ଦକ୍ଷତା ପ୍ରଦର୍ଶନ କରି ଥାଆନ୍ତି l ବିଭିନ୍ନ ରାଜ୍ୟ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇ ଥାଏ l ଏହିଦିନ ବିଦ୍ୟାଳୟ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥାଏ l

Leave A Reply