ଛତ୍ରପୁର ୨୦/୫:ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ସୁଗମ ଯୋଜନାରେ ପ୍ରବାସୀ ଶ୍ରମିକ ମାନେ ବେଶ୍ ଉପକୃତ ହେଉଛନ୍ତି । ଜିଲ୍ଲା ପ୍ରଶାସନର ଅନୁମୋଦନରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ଚାରୋଟି ବସ୍ ମାଧ୍ୟମରେ ପ୍ରବାସୀ ଶ୍ରମିକ ମାନେ ଉପକୃତ ହେଉଛନ୍ତି ।
ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲି ଚାଲି ରାସ୍ତାରେ ଯାଉଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଠାବ କରି ସେମାନଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯିବା ସହ ଏହି ବସ୍ ମାଧ୍ୟମରେ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଉଛି । ବୁଧବାର ସୁଦ୍ଧା ୨୬୯୫ଜଣ ପ୍ରବାସୀଙ୍କୁ ବସ୍ ଯୋଗେ ପଠାଯାଇଥିବା ଜଣାପଡିଛି ।