ଛତ୍ରପୁର ୨୦/୫: ଗଂଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ତଥା ଅସ୍ଥାୟୀ ମେଡିକାଲ ଶିବିରରେ ୬୦ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ଓଡ଼ିଆ ରହିଛନ୍ତି । ତିନିଶହରୁ ଉଦ୍ଧ୍ୱର୍ ଲୋକଙ୍କର ପଜିଟିଭ୍ ଚିହ୍ନଟ ହୋଇଛି । ହେଲେ ଏସବୁ ଭିତରେ ଅନେକେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରୁଥିବା ବେଳେ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ଅନ୍ତେବାସୀମାନେ ସେମାନଙ୍କୁର ୨୧ ଦିନିଆ କ୍ୱାରେଣ୍ଟାଇନ ଅବଧି ସରିବା ପରେ ନିଜ ନିଜ ଘରକୁ ଫେରି ଯାଇଥିବାର ଜଣାପଡ଼ିଛି ।
ଗଂଜାମ ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟର ୍ରରେ ଥିବା ପ୍ରଥମ ବ୍ୟାଚରେ ୨୩୬ଜଣଙ୍କ କ୍ୱାରେଣ୍ଟାଇନ ଅବଧି ବୁଧବାର ଶେଷ ହୋଇଛି । ଏମାନଙ୍କୁ ପ୍ରଶାସନ ପକ୍ଷରୁ ଡିସଚାର୍ଜ କରାଯାଇଥିବା ଟୁଇଟ୍ କରି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ଶେରଗଡ଼ କେନ୍ଦ୍ରରୁ ୧୧୮, ଧରାକୋଟ କେନ୍ଦ୍ରରୁ ୧୧୨, ରଙ୍ଗେଇଲୁଣ୍ଡା କେନ୍ଦ୍ରରୁ ୬ଜଣ ରହିଛନ୍ତି । ଏମାନଙ୍କ ୨୧ଦିନିକିଆ କ୍ୱାରେଣ୍ଟାଇନ୍ ଅବଧି ସରିଥିଲାା ଘରକୁ ଫେରିବା ବେଳେ ଏମାନଙ୍କୁ କୋଭିଡ ସ୍ୱାସ୍ଥ୍ୟକର୍ମୀ ସାଟିଫିକେଟ୍ ପ୍ରଦାନ କରାଯାଇଥିଲା ।