ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି(ସ୍ୱତନ୍ତ୍ର ରିଲିଫ୍ କମିଶନ) ପ୍ରଦୀପ ଜେନା। ଏସଆରସିଙ୍କ ସୂଚନା ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି।
ଜଗତସିଂହପୁର ଓ ପାରାଦୀପରେ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳରୁ ଲୋକେ ଘରକୁ ଫେରିଯିବେ। ତେବେ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳରୁ ଆଜି ଲୋକେ ଘରକୁ ଫେରିବା ନେଇ ସ୍ଥାନୀୟ ଜିଲ୍ଲାପାଳ ନିଷ୍ପତ୍ତି ନେବେ।