ଡେଲାଙ୍ଗ- ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ ଲୁଣା ନଦୀର ବନ୍ୟାଜଳ ଯୋଗୁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଥିଲା । ମାତ୍ର ରିଲିଫ ଯୋଗାଣରେ ପାତର ଅନ୍ତର କରିବାରୁ ସୁଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟଙ୍କ ସହିତ କିଛି ଗ୍ରାମବାସୀ ବ୍ଳକ ବିଡିଓଙ୍କୁ ଦାବି ପତ୍ର ଦେଇଥିଲେ । ବିଧାୟକଙ୍କ ନିଦେ୍ର୍ଦଶରେ ଏକ ଟିମ ଉକ୍ତ ଗ୍ରାମ ଗୁଡିକ ପରିଦର୍ଶନ ଯାଇ ଜଳବନ୍ଦୀ ଗ୍ରାମ ଗୁଡିକୁ ତୁରନ୍ତ ରିଲିଫ ଦେବାର ସୁବନେ୍ଦାବସ୍ଥ କରାଯାଇଥିଲା ।

ଆଜି ପଟଣପୁର, ଗୁନୁପୁଟ ଓ ରତନପୁର ଗ୍ରାମକୁ ଚୁଡା, ଗୁଡ ନେବା ପାଇଁ ବ୍ଳକକୁ ଆସିବାରୁ ଅଳ୍ପ କିଛି ନେଇଯାଅ ପରେ ଆସିଲେ ଦିଆଯିବ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ କହିଥିବା ଅଡିଓ ଏବେ ଭାଇରାଲ ହେଉଛି । ତୁରନ୍ତ ବିଧାୟକ ପ୍ରଦୀପ ମହାରଥୀ ଓ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ସେହୀ ଗ୍ରାମକୁ ରଲିଫ୍ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନଙ୍କ ସହିତ ସୁଜନପୁର ପଂଚାୟତ ସରପଂଚଙ୍କ ପ୍ରତିନିଧି ସଞ୍ଜୟ ରାଉତାରୟ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here