ଡେଲାଙ୍ଗ-ଡେଲାଙ୍ଗ ବ୍ଳକର ଚଳିତ ବର୍ଷ କଣ୍ଟି – ମାଧିପୁର କାଜ ଓ ଦୟାନଦୀରେ ବନ୍ୟା ପାଣି ଆସି ଡେଲାଙ୍ଗ ବ୍ଳକର ବିଭିନ୍ନ ପଂଚାୟତ ବିଶେଷ କ୍ଷତି ହେଉଛି । ଏହାର ସ୍ଥାୟୀ ପ୍ରତିକାର ଓ କୃଷକ କ୍ଷେତମଜଦୁର ମାନଙ୍କୁ କ୍ଷତିପୁରଣ ଦାବୀ କରି ସି.ପି. ଆଇ ( ଏମ. ଏଲ) ଡେଲାଙ୍ଗ ବ୍ଳକ କମିଟି ପକ୍ଷରୁ ଏକ ଦାବିପତ୍ର ଡେଲାଙ୍ଗ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ପ୍ରଦାକ କରାଯାଇଛି । ଏହି ଦାବିପତ୍ରରେ କଣ୍ଟି- ମାଧିୁର କାଜକୁ ସବୁଦିନ ପାଇଁ ବନ୍ଦ କରିବା, ଦୟାନଦୀ ଶର୍ଯ୍ୟା ଖନନ ସହିତ ଉଭୟପାଶ୍ୱର୍ ନଦୀବନ୍ଧ ଉଚ୍ଚ ଓ ପ୍ରଶସ୍ତ କରାଯିବା ।
ଚାଷୀ ଓ ଭାଗଚାଷୀ ମାନଙ୍କୁ ଏକର ପ୍ରତି ତିରିଶି ହଜାର ଟଙ୍କା କ୍ଷତି ପୁରଣ ପ୍ରଦାନ କରିବା ସହ ଚଳିତ ବନ୍ୟାରେ ଭାଙ୍ଗିଥିବା ଘର ପରିବାରଙ୍କୁ ତିନି ଲକ୍ଷ ଟଙ୍କା ଘର ନିର୍ମାଣ ପାଇଁ ସହାୟତା, ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ କାମ ଓ ଦୈନିକ ୫ଶହ ଟଙ୍କା ମଜୁରି ଆଦି ଦାବି କରାଯାଇଛି । କୃଷିଋଣ ଛାଡ, ବିଦୁ୍ୟତ ଦେୟ, ଖଜଣା ଛାଡ କରିବା ସହ ତୁରନ୍ତ ଭାଙ୍ଗି ଯାଇଥିବା ରାସ୍ତା ଘାଟ ନିର୍ମାଣ କରିବା ପାଇଁ ଆଦି ଦାବୀକରି ସି.ପିଆଇ( ଏମ.ଏଲ) ର ନେତା ଅଶୋକ ପ୍ରଧାନଙ୍କ ନେତ୍ୱତୃରେ ଦାବିପତ୍ର ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କୁ ପ୍ରଦାନ କରାଯାଇଥିଲା ।
