Odisha news

ଆଇସିଏଆଇ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫ ଲକ୍ଷ ଟଙ୍କା ସହାୟତା

0

ଭୁବନେଶ୍ୱର : ଦି ଇନ୍ଷ୍ଟିଚୁ୍ୟଟ୍ ଅଫ କଷ୍ଟ ଏକାଉଂଟାଂଟ୍ ଅଫ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ଏବଂ ପୂର୍ବଭାରତ ଆଂଚଳିକ ପରିଷଦ (ଇଆଇଆରସି) ପକ୍ଷରୁ ଓଡ଼ିଶା ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ଫଣ୍ଡକୁ କୋଭିଡ୍ -୧୯ ଭୁତାଣୁ ତଥା ବିଶ୍ୱ ମହାମାରୀ କୋରୋନା ସହାୟତା ନିମନ୍ତେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ସିଏମ୍ଏ ନିରଞ୍ଜନ ମିଶ୍ର, ପରିଷଦ ସଭ୍ୟ ଓ ପରୋକ୍ଷ କର କମିଟିର ଅଧ୍ୟକ୍ଷ, ସିଏମ୍ଏ ଉତମ କୁମାର ନାୟକ, ସମ୍ପାଦକ, ଆଇସିଏଆଇ – ଇଆଇଆସି, ସିଏମ୍ଏ ଶକ୍ତିଧର ସିଂହ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ, ସିଏମ୍ଏ ମୁକେଶ ଚୌବେ, ଉପାଧ୍ୟକ୍ଷ ଏବଂ ସିଏମଏ ମିହିର କୁମାର ମହାପାତ୍ର, ପୂର୍ବତନ ଅଧକ୍ଷ ପ୍ରମୁଖ ୫ ଲକ୍ଷ ଟଙ୍କାର ଏକ ଚେକ୍ ମାନ୍ୟବର ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର କୁମାର ସ୍ୱାଇଁଙ୍କୁ ମେ ୨୭ ତାରିଖରେ ପ୍ରଦାନ କରିଛନ୍ତି । ଏହି ସିଏମ୍ଏ ଟିମ୍ ଶ୍ରୀଯୁକ୍ତ ମନ୍ତ୍ରୀଙ୍କ ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ଆର୍ଥôକ ପଦକ୍ଷେପରେ ସିଏମ୍ଏ ମାନେ ସମସ୍ତ ପ୍ରକାର ସହାୟତା କରିବାକୁ ଆଲୋଚନା କରିଥିଲେ ।

Leave A Reply