Odisha news

ପୋଖରୀ ରୁ ମୃତ ଦେହ ଉଦ୍ଧାର

0

ଖଲ୍ଲିକୋଟ–୨୮/୦୫–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଏନ.ବରପଲ୍ଲୀ ଗ୍ରାମର ଏକ ପୋଖରୀ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କରିଛି ଖଲ୍ଲିକୋଟ ପୋଲିସ ।ଗତକାଲି ରାତିରେ ପୋଖରୀ ରେ ଏକ ମୃତ ଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ ।ମୃତ ବ୍ୟକ୍ତି ଜଣକ କନକା ଗ୍ରାମର କାଶୀ ସାହୁ(୬୦)ବୋଲି ଜଣାପଡିଛି ।

ତେବେ ସେ କେଉଁ ପରିସ୍ଥିତିରେ କନକା ରୁ ଏନ.ବରପଲ୍ଲୀ ଆସିଥିଲେ ଓ ପୋଖରୀ ରେ କେମିତି ପଡିଲେ ତାହା ଏବେ ସନ୍ଦେହ ଘେରରେ ।ପୋଲିସ ଗଳିତ ଶବ କୁ ପାଣି ଭିତରୁ ବାହାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୬/୨୦୨୦ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ।ଗଳିତ ଶବ ଉଦ୍ଧାର କରାଯାଇ ଏକ ଘରୋଇ ଆମ୍ବୁଲାନ୍ସ ଗାଡ଼ି ରେ ଆଣି ଖଲ୍ଲିକୋଟ ମେଡିକାଲ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ରଖାଯାଇଥିଲା ।ଦୁର୍ଗନ୍ଧ ଯୋଗୁଁ ଯିବା ଆସିବା କରୁଥିବା ଲୋକମାନେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।

Leave A Reply