Odisha news

ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

-ପ୍ରତ୍ୟେକ ହୀରା ଗହଣା କ୍ରୟରେ ୨୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ କଲେ ଗ୍ରାହକମାନଙ୍କୁ ମିଳୁଛି ମାଗଣାରେ ୦.୨୫ ଗ୍ରାମ୍ ସୁନା କଏନ୍‌

0

ମୁମ୍ବାଇ, ୨୨ ଡିସେମ୍ବର ୨୦୨୫ : ରିଲାଏନ୍ସ ଜୁଏଲ୍ସ ପୁଣିଥରେ ଆଣିଛି ଏହାର ଅତ୍ୟନ୍ତ ପ୍ରିୟ ଡ୍ରିମ ଡାଇମଣ୍ଡ ସେଲ ଯାହା ଗ୍ରାହକମାନଙ୍କୁ ଏହି ଉତ୍ସବ ଋତୁକୁ ଆକର୍ଷଣୀୟ ଓ ଆନନ୍ଦମୟ ଭାବେ ପାଳନ କରିବାର ଏକ ସୁନ୍ଦର ସୁଯୋଗ ଦେଉଛି। ଏହି ସେଲ ୨୭ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ଠିକ୍ ସେହି ସମୟରେ ଆସୁଛି ଯେତେବେଳେ ଲୋକମାନେ ବର୍ଷ ଶେଷ ଉପହାର, ଉତ୍ସବ କ୍ରୟ ଓ ନୂଆବର୍ଷକୁ ଏକ ସ୍ମରଣୀୟ ଜିନିଷ ସହିତ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ଏଥରର ଡ୍ରିମ ଡାଇମଣ୍ଡ ସେଲକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହା ପ୍ରଥମ ଥର ହୀରା କିଣୁଥିଲେ, ଉତ୍ସବ ପାଳନ ପାଇଁ କିଣୁଥିଲେ କିମ୍ବା ଦୀର୍ଘଦିନର ଇଚ୍ଛାପୂରଣ କରୁଥିଲେ, ହୀରା କ୍ରୟକୁ ସମସ୍ତଙ୍କ ପାଇଁ ସୁଲଭ କରିବ। ପ୍ରତି ୨୫,୦୦୦ ଟଙ୍କାର ହୀରା ଗହଣା ଖର୍ଚ୍ଚରେ ଗ୍ରାହକମାନଙ୍କୁ ମିଳୁଛି ୦.୨୫ ଗ୍ରାମ ସୁନା କଏନ ମାଗଣାରେ। ଏହି ଋତୁରେ ହୀରା ଓ ସୁନା ଏକାଠି ଘରକୁ ଆଣିବାର ଏକ ବିଶେଷ ସୁଯୋଗ ରହିଛି ଯାହା କ୍ରୟକୁ ଆହୁରି ଅର୍ଥପୂର୍ଣ୍ଣ ଓ ସ୍ମରଣୀୟ କରୁଛି। ଏହା ବ୍ୟତୀତ ସେଲ ଅବଧି ମଧ୍ୟରେ ୭୫,୦୦୦ ଟଙ୍କା ଓ ତା’ଠାରୁ ଅଧିକ ମୂଲ୍ୟର ସୁନା ଗହଣା କ୍ରୟ କଲେ ସୁନା ଗଢା ମଜୁରୀ ଖର୍ଚ୍ଚ ଉପରେ ସିଧାସଳଖ ୨୦% ରିହାତି ମିଳୁଛି।

ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଦୈନନ୍ଦିନ ପିନ୍ଧାଯାଉଥିବା କାନ ଫୁଲ, ମୁଦି, ଚେନ୍ ଠାରୁ ଆରମ୍ଭ କରି ଚୋକର, ବିବାହ ଗହଣା ଭଳି ଷ୍ଟେଟମେଣ୍ଟ ଡିଜାଇନ୍ ପର୍ଯ୍ୟନ୍ତ ଯେକୌଣସି ଡାଇମଣ୍ଡ ଗହଣା ଚୟନ ପାରିବେ। ପ୍ରତ୍ୟେକ ଶୈଳୀ, ଉତ୍ସବ ଓ ବ୍ୟକ୍ତିଗତ ମାଇଲଖୁଣ୍ଟ ପାଇଁ ଏଠାରେ କିଛି ନା କିଛି ନିହାତି ରହିଛି।

ଡ୍ରିମ୍ ଡାଇମଣ୍ଡ ସେଲ୍ ଗହଣା ପ୍ରେମୀମାନଙ୍କୁ ହୀରାକୁ ଅନୁଭବ କରିବା ଓ ଯୋଗ୍ୟ କ୍ରୟରେ ସୁନା ମଧ୍ୟ ଘରକୁ ଆଣିବାର ଏକ ଅର୍ଥପୂର୍ଣ୍ଣ କାରଣ ଦେଉଛି। ଏହି ସେଲ୍ ଭାରତର ୧୪୫ରୁ ଅଧିକ ରିଲାଏନ୍ସ ଜୁଏଲ୍ସ ଷ୍ଟୋରରେ ଉପଲବ୍ଧ।

Leave A Reply