Odisha news

ଆର.ଡି ବିଭାଗ ଗାଡିରେ ପେଟି ପେଟି ମଦ

0

ହାଟଡିହି, ୨୬ /୯: ଆର.ଡି ବିଭାଗ ଗାଡିରେ ପେଟି ପେଟି ମଦ । ଏପରି ଘଟଣା ଦେଖିବାକୁ ମିଳିଛି ଶାଳଣିଆଁ ହାବଳେଶ୍ୱର ରାସ୍ତାରେ । ଆର.ଡି ବିଭାଗ ଲେଖା ଥିବା ଏକ ବୋଲେରୋ ଗାଡିରେ ୩ଜଣ ବ୍ୟକ୍ତି ବସିଥିବାବେଳେ ଗାଡିରେ ପେଟି ପେଟି ବିଦେଶୀ ମଦ ଥିବା ଦେଖିବାକୁ ମିଳିଥିଲା ।

ଜାବିନିପୁର ନିକଟରେ ଏକ ଜେସିପି ମେସିନି ଖରାପ ହୋଇଥିବାବେଳେ ଏହି ଗାଡିରେ କିଛି ମେକାନିକ ଆସି ଜେସିପି ମେସିନି ମରାମତି କରିବାକୁ ଆସିଥିଲେ ।

କିଛି ଲୋକଙ୍କର ସନେ୍ଦହ ହେବାରୁ ସେମାନେ ସେମାନେ ଗାଡି ଭିତରେ ପେଟି ପେଟି ମଦଦେଖି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯିବାରୁ ଗାଡିରେ ବସିଥିବା ଲୋକମାନେ କିଛି ମଦକୁ ବାହାରକୁ ଫୋପାଡି ଦେଇଥିଲେ । ସେମାନେ ଏହା ଭଦ୍ରକ ଆର.ଡି ବିଭାଗରେ ଗାଡି ଲାଗିଥିବା କହିଥିଲେ ।

Leave A Reply