Odisha news

ରାୟଗଡା : କରୋନା ନିୟମ ଅମାନ୍ୟକାରୀଙ୍କୁ ସାବାଡ଼କଲା ପୋଲିସ ୧୩୮ ମାମଲା, ୧୪୩ ଗାଡି ଜବତ, ୪୨୮ ଜଣଙ୍କୁ ନୋଟିସ

0

ରାୟଗଡା :Rabindra patkhandal :- ଲକ ଡାଉନ ନିୟମ ଉଲଘଂନ କରିବା ଅଭିଯୋଗରେ ରାୟଗଡା ପୋଲିସ ନିୟମ ଖିଲାପକାରୀଙ୍କୁ ସାବାଡ଼ କଲା ପୋଲିସ । ଲକ ଡାଉନ ସମୟରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବାହନ ଚଳା ଉପରେ ଅଙ୍କୁଶ ଲାଗିଥିଲେ ମଧ୍ୟ କିଛି ବିଶୃଙ୍ଖଳାକାରୀ ବ୍ୟକ୍ତି ପ୍ରଶାସନ ଜାରୀ କରିଥିବା ନିମୟକୁ ଅବମାନନା କରୁଥିବା ରାୟଗଡା ସହରରେ ଦେଖିବାକୁ ମିଳିଥିଲା । ଫଳର ରାୟଗଡା ପୋଲିସ ପକ୍ଷର ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଫଳରେ ୧୩୮ ଗୋଟି ଦୁଇ ଚାକିଆ ଯାନ, ୫ଟି ଚାରିଚକିଆ ସହ ୨ଟି ବୋଲର ଗୋଟିଏ ଇନଭା ଏବଂ ଗୋଟିଏ ସ୍କ୍ରପିଓ ଗାଡି ଜବତ କରାଯାଇଛି ।

ଲକ ଡାଉନ ନିୟମକୁ ଅବମାନନା କରି ଦୋକାନ ଖୋଲିଥିବା ୨୦ ଜଣଙ୍କ ଉପରେ ମାମଲା ରୁଜ୍ଜୁ ହୋଇଥିବା ବେଳେ କରୋନା ସଂପର୍କରେ ମିଥ୍ୟା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ୩ ଜଣ ଏବଂ କ୍ୱାରାଟାଂଇନ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ୨ ଜଣଙ୍କ ଉପରେ ରାୟଗଡା ଥାନାରେ ମାମାଲ ରୁଜ୍ଜୁ ହୋଇଛି । ଏଥି ସହ ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚୋରାରା ମଦ ବିକ୍ରୀ କରୁଥିବା ଅଭିଯୋଗର ଅବକାରୀ ନିୟମ ଅନୁଯାୟୀ ୩୧ ଜଣଙ୍କ ଉପରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଜିଲ୍ଲାରେ ଲକ ଡାଉନ ନିୟମ ଅବମାନା କରୁଥିବା ଅଭିଯୋଗରେ ୧୩୮ ଗୋଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୪୩ଟି ଗାଡି ଜବତ କରାଯାଇଛି । ଏଥି ସହ ୪୨୮ ଜଣଙ୍କୁ ନୋଟିସ ପ୍ରଦାନ କରାଯାଇଥିବା ନେଇ ଏକ ପ୍ରେସ ବିବୃତିରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି । ଅପରପକ୍ଷେ ଏହି ପ୍ରେସ ବିବୃତିକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ମାନେ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇବା ସହ ସୋସିଆଲ ମିଡ଼ିଆରେ ଦ୍ରୃତ ଗତିରେ ଖେଳିଯାଇଛି ।

Leave A Reply