Odisha news

ବୋରିଗୁମ୍ମା :ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ

0
ବୋରିଗୁମ୍ମା (ସ.ବ୍ୟୁ)କେ.ସାକିଲି ଦୋରା:– ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିଛି। କରୋନା ଭାଇରସ କୁ ଅବୋରାଧ କରିବା ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୧ ଦିନିଆ ଲକ ଡାଉନ କରିଛନ୍ତି। ଆମ ରାଜ୍ୟରେ ଲକ ଡାଉନ କୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହଯୋଗ   ଲୋଡିଛନ୍ତି। ସହୃଦୟରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରିବା ପାଇଁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୋରିଗୁମ୍ମା ଅଂଚଳର ବଦାନ୍ୟ ବ୍ୟକ୍ତି ମାନେ ସହୃଦୟରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି। ଗଣେଶ୍ୱର ତ୍ରିପାଠୀ, ଖେଳ ଶିକ୍ଷକ ବୋରିଗୁମ୍ମା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୭୧୭ ଟଙ୍କା ଦାନ କରିଛନ୍ତି। ସେହିଭଳି ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୫,,୦୦୦ ଟଙ୍କା ପ୍ରଦାନ କରିଛନ୍ତ। ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀ ନାରାୟଣ ପଟନାୟକ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୩୦,୫୮୩ ଟଙ୍କା ପ୍ରଦାନ କରିଛନ୍ତି। ସେହିଭଳି ପୂଜାରିପୁଟ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ୧୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଶେଷରେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରଜନୀ ପରିଡା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ଶାଖା ପରିଚାଳକ ଅଶୋକ କୁମାର ପାଉଲ  ଙ୍କ ଜରିଆରେ ଚେକ ପ୍ରଦାନ କରିଥିଲେ।
Leave A Reply