କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ପୂର୍ତ୍ତ ବିଭାଗ ଶାସନ ସଚିବ ଡ. କି୍ରଷନ୍ କୁମାର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର : ୦୭ ଅପ୍ରେଲ,୨୦୨୦: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ନର୍ସ, ଆଶାକର୍ମୀ ଏବଂ ପ୍ରସୂତି ସହାୟିକାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତିା
ରାଜ୍ୟ ସରକାର କୋଭିଡ୍-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକି୍ରୟ ପଦକ୍ଷେପ ଗ୍ରହଣ କରିଛନ୍ତିା ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର ଭୂମିକା ସର୍ବଗରିଷ୍ଠା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାର ସମ୍ଭାବ୍ୟ କୋଭିଡ୍ ରୋଗୀ ଯେଉଁମାନଙ୍କଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଓ ସହାୟତା ଯୋଗାଇଦେବା ନିମନ୍ତେ ଏକ ଉତ୍ସର୍ଗୀକୃତ ଟେଲିମେଡିସିନ୍ ସହାୟତା ନଂ-୧୪୪୧୦ ଆରମ୍ଭ କରିବାକୁ ଯାଉଛନ୍ତିା ଏଭଳି ଏକ ଅସାଧାରଣ ସମୟରେ ରୋଗୀମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ଏହି ଟେଲି ମେଡିସିନ୍ ସହାୟତା ସେବା ଯୋଗାଇଦେବାକୁ ଆଗେଇ ଆସିବା ପାଇଁ ରାଜ୍ୟ ତଥା ଦେଶର ଡାକ୍ତରମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିା ଏଥି ପାଇଁ ଉଦ୍ଦିଷ୍ଟ େଓ୍ୱବ୍ସାଇଟ୍ ପଞ୍ଜୀକରଣ କରିବାକୁ ହେବା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଏହି ଡାକ୍ତରମାନଙ୍କ ତ୍ୟାଗ ପାଇଁ ସେମାନଙ୍କ ନିକଟରେ କୃତଜ୍ଞ ରହିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ୱର୍ ଡାକ୍ତର ଏହି େଓ୍ୱବ୍ସାଇଟ୍ ଜରିଆରେ ପଞ୍ଜୀକରଣ କରିଛନ୍ତିା
ରାଜ୍ୟରେ ୫୬୯୭ ଶଯ୍ୟା ବିଶିଷ୍ଟ ୩୪ଟି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ୍/ଆଇସୋଲେସନ୍ ସେଣ୍ଟର (ପୃଥକବାସ କେନ୍ଦ୍ର) ନିର୍ମାଣର ପରିକଳ୍ପନା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛିା
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଘରୁ ବାହାରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୁହଁ ଏବଂ ନାକ ଆବୃତ୍ତ କରୁଥିବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟୋ ମାସ୍କ ପରିବର୍ତ୍ତେ ଦୁଇ ପରସ୍ତ ରୁମାଲ୍, ଗାମୁଛା ଏବଂ ଓଢ଼ଣୀକୁ ମଧ୍ୟ ମାସ୍କ ଭାବରେ ବ୍ୟବହାର କରାଯାଇପାରିବା ସରକାରଙ୍କ ଏହି ଆଦେଶନାମା ଆସନ୍ତା ୯ ଅପ୍ରେଲ ୨୦୨୦ ସକାଳ ୭ଟାରୁ ଲାଗୁହେବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର େଓ୍ୱବ୍ସାଇଟ୍ ଏ ସଂପର୍କିତ ମାର୍ଗଦର୍ଶିକା ଉପଲବ୍ଧ ଅଛିା
କୋଭିଡ୍-୧୯ ସଂକ୍ରମଣ ପ୍ରବଣ ଓ ପ୍ରତିରୋଧ ଜୋନ୍ଗୁଡ଼ିକର ଉପଯୁକ୍ତ ପରିଚାଳନା ଓ ତତ୍ତ୍ୱାବଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ସଶକ୍ତ କରିବା ନିମନ୍ତେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଗମରେ ନିଯୁକ୍ତି ଦିଆଯାଇଛିା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ କୋଭିଡ୍-୧୯ ସଂକ୍ରମଣ ପ୍ରବଣ ଅଞ୍ଚଳ ଓ ପ୍ରତିରୋଧ ଜୋନ୍ଗୁଡ଼ିକରେ ନାଗରିକ ସୁରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ପର୍ଯ୍ୟାପ୍ତ ବିଶୋଧନ କାର୍ଯ୍ୟର ପରିଚାଳନା ନିମନ୍ତେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛିା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୫୬,୯୨୬ ଅତିଥି ଶ୍ରମଜୀବୀଙ୍କୁ ୧୮୮୨ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୨୬୮ ଗ୍ରାମ ପଞ୍ଚାୟତରେ ୩,୨୫,୬୮୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୮ଟି ପୌରାଞ୍ଚଳରେ ୨୭,୦୫୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୬ରୁ ଅପ୍ରେଲ ୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୫ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୨୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ, ୫ଟି ଗୁଜବ ସୃଷ୍ଟି ପାଇଁ ଓ ୯ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବିଭିନ୍ନ ଅଭିଯୋଗରେ ୩୬୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୨୧୨ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ
ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
କୋଭିଡ୍-୧୯ ପଜିଟିଭ୍ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୪ ଜଣ, ଭଦ୍ରକରୁ ୩ ଜଣ ଓ କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତା
ଆଜି ୮୬ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତିା
ତବଲିଗି ଜମାତ୍ରୁ ଓଡ଼ିଶା ଫେରିଥିବା ୨୮ ଜଣ ସ୍ୱଇଚ୍ଛାରେ ନିଜର ତଥ୍ୟ ପ୍ରକାଶ କରିବା ପାଇଁ ଆଗେଇ ଆସିଥିଲୋ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ବର୍ତ୍ତମାନ ଆଉ ୪୨ ଜଣ ତଥ୍ୟ ପ୍ରକାଶ ପାଇଁ ଆଗେଇ ଆସିଛନ୍ତିା ଏ ସଂକ୍ରାନ୍ତରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛିା