Odisha news

ଗୁଣପୁରରେ ରଙ୍ଗବେରଙ୍ଗ ବାଦୁଡ଼ି

0

ଗୁଣପୁର : ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳରେ ଏକ ରଙ୍ଗବେରଙ୍ଗ ବାଦୁଡ଼ି ଦେଖିବାକୁ ମିଳିଛି । ବନ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏହାର ଫଟୋ ସେୟାର କରିଛନ୍ତି । ଏଥିରେ କଳା ଓ ନାରଙ୍ଗୀ ରଙ୍ଗର ବାଦୁଡ଼ି ଦେଖାଯାଇଛି । ଫଟୋ ଦେଖି ପେଣ୍ଟ୍‌ କରାଯାଇଥିବା ଭଳି ହଠାତ୍‌ ମନେ ହେବ । ଏହି ପ୍ରଜାତିର ବାଦୁଡ଼ି ପେଣ୍ଟେଡ୍‌ ବ୍ୟାଟ୍‌ ନାମରେ ପରିଚିତ, ବୈଜ୍ଞାନିକ ନାମ କେରିଭୋଲା ପିକଫା । ଏମାନେ ସାଧାରଣତଃ ଶୁଷ୍କ ସ୍ଥାନ ବା ଗଛ କୋରଡ଼ରେ ଆଶ୍ରୟ ନେଇଥାନ୍ତି । ୩୮ଟି ଦାନ୍ତ ଥିବା ଏହି ବାଦୁଡ଼ିର ଓଜନ ମାତ୍ର ୫ ଗ୍ରାମ୍‌ । ଏମାନେ କୀଟପତଙ୍ଗ ଖାଇଥାନ୍ତି । ଭାରତରେ ପ୍ରଥମେ କେରଳରେ ଏହି ପ୍ରଜାତି ବାଦୁଡ଼ି ଦେଖିବାକୁ ମିଳିଥିଲା । ଚୀନ୍‌ ସମେତ ଆଉ କେତେକ ଏସୀୟ ଦେଶରେ ରଙ୍ଗୀନ ବାଦୁଡ଼ି ଦେଖାଯାନ୍ତି ।

Leave A Reply