ରାୟଗଡା,୨୪ ।୮(Rabindra Patkhandal) : ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ କିନ୍ତୁ କେବଳ ଅଗଷ୍ଟ ୧ ତାରିଖରୁ ଆଜି ଯାଏ ୨୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଥବା ବେଳେ ସମସ୍ତ ପଜିଟିଭ ଚିହ୍ନଟ ମିସାଇ ସଂଖ୍ୟା ୩୨୪୩କୁ ଛୁଇଁଛି । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଅଗଷ୍ଟ ମାସରେ ୨ ହଜାର୩ଶହ ୪୬କୁ ଟୋପିଛି ଆକ୍ରାନ୍ତଙ୍କ ସଂଖ୍ୟା ତେବେ ଏହା ଦିନକୁ ଦିନ ସଙ୍ଗିନ ରୁପ ନେବାକୁ ଯାଉଛି ।
ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣ ପୁରୁଷ ଥିବା ବେଳେ ୩୭ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୧୦୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୨୧ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୧୩୭ ଜଣଙ୍କ ମଧ୍ୟରୁ ରାୟଗଡା ପୌରାଚଂଳରୁ ୧୫, ରାୟଗଡ଼ା ଗ୍ରାମାଚଂଳରୁ ୧୧, ଗୁଣପୁର ପୌରାଚଂଳରୁ ୫, ଗୁଣପୁର ଗ୍ରାମାଚଂଳ ୯, ଚନ୍ଦ୍ରପୁରରୁ ୩୨, ଗୁଡାରୀରୁ ୨୩, କାଶିପୁରରୁ ୧୯, ମୁନିଗୁଡାରୁ ୧୨, ରାମନାଗୁଡାରୁ ୩ ଏବଂ ପଦ୍ମପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪୩ ରେ ପହଂଚିଥିବା ବେଳେ ସୁସ୍ଥ ହୋଇ ୧୭୮୦ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ ରେ ପହଂଚିଛି । ୧୪୪୩ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।
ବର୍ତମାନ ସୁଦ୍ଧା ଜିଲ୍ଲାରୁ ୪୩୪ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୨୩୯ ସୁସ୍ଥ ହୋଇଛନ୍ତି ଏବଂ ୧୯୫ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ କରୋନା ସଂକ୍ରମଣର ଶୀକାର ହୋଇଥିବା ବେଳେ ବର୍ତମାନ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି୍ । ବର୍ତମାନ ଜିଲ୍ଲାରେ ଟେଷ୍ଟିଂର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।