Odisha news

ହାଇୱା ଧକ୍କାରେ ଯୁବକ ମୃତ

0

ପାଣିକୋଇଲି, ୨୪ା୮(ସବୁ୍ୟ): ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜେ. ପରିଡା ଏଣ୍ଡ କୋଃରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକର ହାଇୱା ଧକ୍କାରେ ମୃତୁ୍ୟ ଘଟିଛି । ମୃତକ ଯୁବକ ମୂଳାପାଳ ପଂଚାୟତ ଅନ୍ତର୍ଗତ ସରସଦା ଗ୍ରାମର ଅଭିମନୁ୍ୟ ସାହୁଙ୍କ ପୁଅ ସନ୍ତୋଷ (୨୧) ବୋଲି ଜଣାପଡିଛି ।

ପ୍ରକାଶଯେ ଆଜି ସନ୍ତୋଷ କାମ ସାରି ଘରକୁ ଫେରୁଥିବା ବେଳେ ରାଜପଥରେ ହଠାତ୍ ପଛରୁ ଏକ ହାଇୱା (ଓଡି ୩୪ ଏ ୩୨୩୯) ଧକ୍କା ଦେଇଥିଲା । ଫଳରେ ସନ୍ତୋଷର ଘଟଣାସ୍ଥଳେ ମୃତୁ୍ୟ ହୋଇଥିଲା । ଏନେଇ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳେ ପହଂଚି ହାଇୱାଟିକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟେବଚ୍ଛ୍ୟେଦ ପାଇଁ ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଇଛି ।

Leave A Reply