ରାୟଗଡା,୧୧ ।୮(Rabindra Patkhandal) : ଦୀର୍ଘ ୪ ମାସ ହେଲା ରାୟଗଡା ଜିଲ୍ଲାର ଅନେକ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ଯୋଗୁଁ ମାଲିକ ଏବଂ କର୍ମଚାରୀ ମାନେ ପ୍ରଭାବିତ ହୋଇଛନ୍ତି । ଏ ନେଇ ଆଜି ରାୟଗଡା ସହରର କିଛି ବ୍ୟବସାୟୀ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।
ବ୍ୟବସାୟୀ ମାନେ କହିବା ମୁତାବକ ପ୍ରଶାସନ ତରଫରୁ ଯେଉଁ ଆବଶ୍ୟକ ଏବଂ ଅଣ ଆବଶ୍ୟକ ଦ୍ରବ୍ୟକୁ ନେଇ ବିଭାଜନ କରାଯାଇଛି ତାହା କେଉଁ ଆଧାରରେ କରାଯାଉଛି । ସପିଙ୍ଗ ମଲ ଏବଂ ମଦ ଦୋକା ଖୋଲିବା ପାଇଁ ପ୍ରଶାସନ ଅନୁମତି ଦେଉଥିବା ବେଳେ ଅନ୍ୟ ଦୋକାନ ଖୋଲିବା ପାଇଁ କାହିଁକି ଅନୁମତି ଦିଆଯାଉନାହିଁ ।
୪ ମାସ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ଦ୍ୱାରା ଦୋକନା ଭଡା ଏବଂ କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ କରିପାରୁ ନାହାନ୍ତି ବୋଲି ଦୋକନ ମାଲିକ ମାନେ ପ୍ରକାଶ କରିଥଲେ । ଗୃହ ମାଲିକ ଭଡା ଏବଂ କର୍ମଚାରୀ ମାନେ ମାଗୁଥିବା ବେଳେ ଆମେ କିପରି ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବୁ ବୋଲି ଦୋକାନ ମାଲିକ ମାନେ ଯୁକ୍ତି ବାଢିଥିଲେ । ତେଣୁ ଜିଲ୍ଲାରେ ସମସ୍ତ ଦୋକନା ଖୋଲିବା ପାଇଁ ଅତିିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ବ୍ୟବସାୟୀ ମାନେ ।
ଏଥି ସହ ଆସନ୍ତା ୧୫ ତାରିଖ ସୁଦ୍ଧା ଦୋକନ ନ ଖୋଲିଲେ ଆନେ୍ଦାଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ବ୍ୟବସାୟୀ ମାନେ । ଦାବୀ ପତ୍ର ପ୍ରଦାନ ସମୟରେ ବିଜେପି ଯୁବ ନେତା ବସନ୍ତ ଉଲ୍ଲାକା, ଶ୍ୟାମ ଦାଶ, ବିଦ୍ୟା ପଣ୍ଡା, ସନ୍ତୋଷ ପଣ୍ଡା, ଦୀପକ ପାତ୍ର, ମାନସ ରଂଜନ ନାୟକ, ସନ୍ତୋଷ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
