ରାୟଗଡା,୧୧ ।୮(Rabindra Patkhandal)- ରାୟଗଡା ଜିଲ୍ଲାରୁ ଆଜି ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୮୧କୁ ଛୁଇଁଲା । ଚିହ୍ନଟ ହୋଇଥିବା ୭୫ ଜଣଙ୍କ ମଧ୍ୟରୁ ୫୨ ଜଣ ପୁରୁଷ ଥିବା ବେଳେ ୨୩ ଜଣ ମହିଳା ଅଛନ୍ତି । ୧୫ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୫୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି । ରାୟଗଡା ସହରରୁ ୧୩, ଗ୍ରାମାଞ୍ଚଳରୁ ୫, କଲ୍ୟାଣସିଂହପୁରରୁ ଜଣେ, ଗୁଡାରୀରୁ ୬, କୋଲନରା ୬, ମୁନିଗୁଡା ୪, ବିଷମକଟକ ୪, କଲ୍ୟାଣସିଂହପୁର ଜଣେ, କାଶିପୁର ୩୩ ଏବଂ ରାମନାଗୁଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।
୧୨ ଜଣ ପଜିଟିଭ୍ ମହାରଷ୍ଟ୍ର, ଦାଦର ଏବଂ ନାଗ୍ରା ହାବେଲି, ଉତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା ଏବଂ ରାଜସ୍ଥାନରୁ ଆସିଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୫୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୨୦ ଜଣ ସୁସ୍ଥଲାଭ କରିଛନ୍ତି । ୧୨ଜଣ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ଜିଲ୍ଲାରେ ୫୪୯ ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ କରୋନା ଯୋଦ୍ଧା ବହୁ ମାତ୍ରାରେ ଆକ୍ରାନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୩୦୨ ଜଣ କୋରନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୧୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୮୧ ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ସହ ସଚେତନ ରହିବା ପାଇଁ ନୋଡାଲ ଅଧିକାରୀ ତଥା ପିଡି, ଡିଆରଡିଏ ଅମୃତ ଋତୁରାଜ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିବେଦନ କରିଛନ୍ତି ।
