Odisha news

ବନବିଭାଗ ଦ୍ୱାରା ଅଟକ ଥିବା ଅଜୟ ଫେରାର ହେବା ଘଟଣା : ବନଅଧିକାରୀଙ୍କ ଭୁମିକା ସନେ୍ଦହ ଘେରରେ

0

ରଣପୁର : ସ୍ନେକ୍ ହେଲ୍ପଲାଇ ରେ କାର୍ଯ୍ୟ କରୁଥିବା ଅଜୟ କୁମାର ଦାସ ବନବିଭାଗ ଦ୍ୱାରା ଅଟକ ଥିବାର ୪ଦିନ ପରେ ବନବିଭାଗ କାର୍ଯ୍ୟାଳୟରୁ ରାତି ଅଧରେ ଫେରାର ହୋଇଯିବା ନେଇ ରଣପୁର ବନଅଧିକାରୀଙ୍କ ପାରିବା ପଣିଆ ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବର ଅନୁସାରେ ଦୀର୍ଘଦିନ ଧରି ସ୍ନେକ୍ ହେଲ୍ପଲାଇନ୍ ରେ କାର୍ଯ୍ୟକରୁଥିବା ରଣପୁର ବ୍ଲକ ଅଧିନସ୍ଥ ବଳଭଦ୍ରପୁର ପଂଚାୟତ ର ନନ୍ଦପୁର ଗ୍ରାମର ଅଜୟ କୁମାର ଦାସ ରଣପୁର ବନବିଭାଗ ଦ୍ୱାରା ୪ଦିନ ଧରି ଅଟକ ରଖାଯାଇଥିଲେ ସୁଦ୍ଧା ତାଙ୍କ ପରିବାର ଲୋକଙ୍କୁ ରଣପୁର ବନବିଭାଗ ତରଫରୁ କୌଣସି ସୁଚନା ପ୍ରଦାନ କରାଯାଇ ନଥିଲା ।

ଯାହା ଫଳରେ ଅଜୟର ମା ପ୍ରମିଳା ଅଜୟ ନିଖୋଜ ହେବାର ୨ ଦି ଗ୍ରାମବାସୀଙ୍କ ସହ ମିଶି ଅଜୟ ନିଖୋଜ ହେବାର ୫ଦିନ ପରେ ବନବିଭାଗ ଅଫିସ ଆଗରେ ଅଜୟ ର ଜୀବନ ପ୍ରତି ବିପଦ ଥିବା ନେଇ ଧାରଣା ଦେଇଥିଲେ । ସେଠାରେ ରଣପୁର ବନବିଭାଗ ଅଧିକାରୀଙ୍କ ତରଫରୁ ତାଙ୍କ ପରିବାର ଗ୍ରାମବାସୀଙ୍କୁ ଅଜୟ ବନବିଭାଗ ଅଫିସ୍ ରୁ ଫେରାର ହୋଇଯାଇଥିବା ନେଇ ଜଣାଇଥିଲେ ।

ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା ଏବଂ ତାଙ୍କ ପରିବାର ଓ ଗ୍ରାମବାସୀମାନଙ୍କ ମନରେ ଅଜୟଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିଲା ବେଳେ ରଣପୁର ବନବିଭାଗ ଅଧିକାରୀ ଅଜୟଙ୍କୁ ଫେରାର କରାଇଥିବା ଅଭିଯୋଗରେ ୨ ଜଣ ଅସ୍ଥାୟୀ କର୍ମଚାରୀ ତୋଫାନ ଦାସ ଓ ଦୀପକ ପ୍ରଧାନଙ୍କୁ ଗିରଫ କରି ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଚେଷ୍ଟା କରୁଥିଲା ବେଳେ କେଉଁ ଆଧାରରେ ବନବିଭାଗ ଅଧିକାରୀ ବନବିଭାଗରେ ନିୟୋଜିତ ଥିବା ଫରେଷ୍ଟର କିମ୍ବା ଫରେଷ୍ଟର ଗାର୍ଡଙ୍କୁ ଅଜୟର ସୁରକ୍ଷା ଦାୟିତ୍ୱ ନ ଦେଇ ୨ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଅଜୟଙ୍କ ସୁରକ୍ଷାରେ ନିୟୋଜିତ କରିଥିଲେ ।

ଏହାକୁ ନେଇ ରଣପୁର ବନବିଭାଗ ଅଧିକାରୀ ବା ରେଂଜରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସନେ୍ଦହ ଘେରରେ ବନଅଧିକାରୀ । ତେବେ ବର୍ତ୍ତମାନ ଅଜୟଙ୍କ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ସାଧାରଣରେ ପ୍ରଶ୍ନ ଉଠୁଛି ବନବିଭାଗ ଅଫିସ୍ ରୁ ଅଜୟ ଫେରାର ହେଲେ କେମିତି ଏବଂ ଏଥିରେ ବନଅଧିକାରୀଙ୍କ ଭୁମିକା କଣ ବର୍ତ୍ତମାନ ଅଜୟ କେଉଁଠି ଅଜୟ ସୁରକ୍ଷିତ ଅଛନ୍ତି ତ ଏମିତି ପ୍ରଶ୍ନ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ତେବେ ପୁଅକୁ ନ ପାଇଲେ ତାଙ୍କ ମା ପ୍ରମିଳା ଅତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିବା ଜଣା ପଡିଛି ।

Ad2
Leave A Reply